ନାରୀମାନେ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି। ଅଧିକ ଭଲ ପାଉଥିବା ଶାଶୁଘର ସାଙ୍ଗକୁ ସ୍ବାମୀ ମିଳୁ ବୋଲି ସେମାନଙ୍କର ଇଚ୍ଛା ଥାଏ। ବିବାହ ପରେ ଶାଶୁଘରେ ସେମାନେ ମହାରାଣୀ ହୋଇ ରୁହନ୍ତୁ, ପରିବାରରେ ତାଙ୍କ ସମ୍ମାନ ରହୁ, ଟଙ୍କାପଇସାର ଅଭାବ ତାଙ୍କ ପାଖରେ ନ ରହୁ ବୋଲି ଅନେକ ଚାହିଁଥାନ୍ତି। ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏଭଳି ୪ ରାଶି ରହିଛି, ଯେଉଁଥିରେ ଜନ୍ମିତ ଯୁବତୀମାନେ ଶାଶୁଘରେ ମହାରାଣୀ ଭଳି ରହିଥାନ୍ତି। ସେମାନଙ୍କ ପାଖରେ ଧନ ସମ୍ପତ୍ତିର ଅଭାବ ରହି ନ ଥାଏ। ଆସନ୍ତୁ ଜାଣିବା:
ମେଷ ରାଶି: ଏହି ରାଶିର ନାରୀମାନେ ବହୁତ ପ୍ରତିଭାଶାଳୀ। ବିବାହ ପରେ ଏମାନେ ଖୁବ୍ ଶୀଘ୍ର ଶାଶୁଘର ଲୋକଙ୍କ ହୃଦୟ ତିଣି ନେଇଥାନ୍ତି। ପରିବାରକୁ ଏମାନେ ଯୋଡ଼ି ରଖିଥାନ୍ତି। ଏହି ସ୍ବଭାବ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଯେଉଁ ଘରେ ଏମାନେ ବୋହୂ ହୋଇ ଯାଇଥାନ୍ତି, ସେଠାରେ ରାଣୀ ହୋଇ ରୁହନ୍ତି।
ମିଥୁନ:ଏହି ରାଶିର ଯୁବତୀଙ୍କ ମନମୁତାବକ ସ୍ବାମୀ ମିଳିଥାଏ। ବିବାହ ପରେ ଏମାନଙ୍କ ପାଖରେ ଧନ ସମ୍ପତ୍ତିର ଅଭାବ ନ ଥାଏଲ। ସ୍ବାମୀ ସବୁ ଇଚ୍ଛା ପୂରଣ କରିଥାନ୍ତି। ରାଣୀ ହୋଇ ଏମାନେ ଶାଶୁଘରେ ରହିଥାନ୍ତି।
ତୁଳା ରାଶି: ତୁଳା ରାଶିର ଯୁବତୀ ଶାଶୁଘରେ ରାଣୀ ଭଳି ରହିଥାନ୍ତି। ଏମାନେ ନିଜ ଜୀବନରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇ ନ ଥାନ୍ତି। ଏମାନଙ୍କୁ ବହୁତ ଭଲ ପାଉଥିବା ଜୀବନସାଥୀ ମିଳିଥାଏ। ଯିଏ ତାଙ୍କର ସବୁ ଇଚ୍ଛା ପୂରଣ କରିଥାନ୍ତି।
କୁମ୍ଭ ରାଶି: ଏହି ରାଶିର ଯୁବତୀମାନେ ବହୁତ ଭାଗ୍ୟଶାଳୀ। ସ୍ବାମୀଙ୍କ ପ୍ରତି ଏମାନେ ବେଶ ସଚ୍ଚୋଟ। ବିପଦ ବେଳେ ଶାଶୁଘର ଲୋକଙ୍କ ସହ ଏମାନେ ଦମ୍ଭ ଭଳି ଛିଡ଼ା ହୋଇ ରହିଥାନ୍ତି।