ଶୀତଦାଉରୁ ରକ୍ଷା ପାଇବା ପାଇଁ ଦେହରେ ଯେମିତି ଶୀତବସ୍ତ୍ର ପିନ୍ଧାଯାଏ, ଠିକ୍ ସେମିତି ହାତରେ ବି ଗ୍ଲୋଭ୍ସ ପିନ୍ଧାଯାଇଥାଏ। କିନ୍ତୁ ଏଠାରେ ଯେଉଁ ଗୋଭ୍ସ କଥା କୁହାଯାଉଛି; ଏହା ଶୀତଦିନେ ହାତକୁ ଉଷ୍ମତା ପ୍ରଦାନ କରିବା ସଙ୍ଗେସଙ୍ଗେ ଟିକେ ଡିଫରେଣ୍ଟ ଲୁକ୍ ବି ଦେବ। କାରଣ ଏହି ଗ୍ଲୋଭ୍ସକୁ ଟିକେ ଅଜବ ଢଙ୍ଗରେ ତିଆରି କରାଯାଇଛି; ଆଉ ଏହାର ନାମ ସ୍ମାର୍ଟଫୋନ୍ ଉଇଣ୍ଡୋ ଗ୍ଲୋଭ୍ସ ରଖାଯାଇଛି। ସାଧାରଣତଃ ଗ୍ଲୋଭ୍ସ ପିନ୍ଧି ସ୍ମାର୍ଟଫୋନ୍କୁ ଅପରେଟ୍ କରିବାରେ ଅସୁବିଧା ହୋଇଥାଏ। କିନ୍ତୁ ଏହି ସ୍ମାର୍ଟଫୋନ୍ ଉଇଣ୍ଡୋ ଗ୍ଲୋଭ୍ସକୁ ଏଭଳି ଡିଜାଇନ୍ କରାଯାଇଛି ଯେ, ମୋବାଇଲ ଅପରେଟ୍ କରିବାରେ କିଛି ବି ସମସ୍ୟା ହେବନି। ଏହି ଗ୍ଲୋଭ୍ସ ଭିତରେ ଉଭୟ ହାତକୁ ପଶାଇ ହୁଏ। ଏହାର ସାମ୍ନା ଭାଗରେ ଅଛି ଟ୍ରାନ୍ସପରେଣ୍ଟ ଜରି। ଫଳରେ ଉକ୍ତ ଗ୍ଲୋଭ୍ସ ଭିତରେ ଫୋନ୍କୁ ଦୁଇହାତରେ ଆରାମରେ ଅପରେଟ୍ କରି ହେବ। ତା’ସହ ଟ୍ରାନ୍ସପରେଣ୍ଟ ଜରି ମଧ୍ୟ ଦେଇ ଫୋନ୍ରେ ସବୁକିଛି ଦେଖି ମଧ୍ୟ ହେବ।