ପେନ୍ଥା ପେନ୍ଥା ତାଜା ଅଙ୍ଗୁର ଦେଖିଲେ ଭାରି ଲୋଭ ଲାଗେ। ଯଦି ଏହା ମଞ୍ଜି ବିହୀନ, ରସାଳ ହୋଇଥାଏ ତେବେ ଖାଇବାରେ ମଜା ଆସିଯାଏ। ଆମେ ଏଠାରେ ଯେଉଁ ଅଙ୍ଗୁର ବିଷୟରେ କହୁଛୁ ତାକୁ ଦେଖି ଯେତିକି ଆଶ୍ଚର୍ଯ୍ୟ ଲାଗିବ ଖାଇବାକୁ ତାହା ଆହୁରି ସ୍ବାଦିଷ୍ଟ। କାରଣ ଏହି ଅଙ୍ଗୁର ଦେଖିବାକୁ କୁକୁଡା ଅଣ୍ଡାଠୁ ବଡ। ମଞ୍ଜିବିହୀନ ଓ ରସାଳ ଅଟେ। ଭିଏତ୍ନାମରେ ତିଆରି କରାଯାଇଛି ଏହି ନୂଆ ପ୍ରକାରର ଅଙ୍ଗୁର। ଏହାର ମୂଲ୍ୟ ଗୋଟିଏ ପେନ୍ଥାକୁ ୩୦୦ଡଲାର। ଏହାର ଗୋଟିଏ ପେନ୍ଥା ୧ କି.ଗ୍ରା.ରୁ ଅଧିକ ଓଜନ । ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହେଲା ପରେ ଏହାର ଚାହିଦା ବଢିଯାଇଛି। ଅଧିକ ଅର୍ଡର ବି ଆସୁଛି।