କେବଳ ଘରର ସୌନ୍ଦର୍ଯ୍ୟ ନୁହେଁ, ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି ବି କିଛି ଗଛ ରହିଛି ଯାହାକୁ ଘରେ ଲଗାଇଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସୁଖଶାନ୍ତି ବଢ଼ିଥାଏ…

* ବାମ୍ବୋ ପ୍ଲାଣ୍ଟ ଘରକୁ ସୁଖ, ଶାନ୍ତି, ସୌଭାଗ୍ୟ ଓ ପ୍ରସିଦ୍ଧି ଆଣିଥାଏ। ଏହାକୁ ଲିଭିଂ ରୁମ୍‌ରେ ରଖିବା ଶୁଭ ହୋଇଥାଏ। ତା’ଛଡ଼ା ଅଫିସ୍‌ ଡେସ୍କରେ ବି ଏହାକୁ ରଖିପାରିବେ। ଆବଶ୍ୟକ ହେଲେ କାହାକୁ ଗିଫ୍ଟ ଆକାରରେ ବି ଏହି ପ୍ଲାଣ୍ଟ ଦେଇପାରିବେ।

* ମନିପ୍ଲାଣ୍ଟକୁ ଇଣ୍ଡୋର ପ୍ଲାଣ୍ଟ ଭାବେ ଘର ଭିତରେ ରଖିହେବ। ଯଦି ସୁବିଧା ନାହିଁ ତା’ହେଲେ ଅଗଣାରେ ବି ଲଗାଇହେବ। ଖାସ୍‌ କରି ଘରର ଦକ୍ଷିଣ-ପୂର୍ବ କୋଣରେ ଏହି ଗଛକୁ ଲଗାଇବା ଦ୍ୱାରା ଘରର ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ।

* ପ୍ରେମ ଓ ସଦ୍‌ଭାବର ପ୍ରତୀକ କୁହାଯାଉଥିବା ପିସ୍‌ ଲିଲିକୁ ଖାସ୍‌ କରି ବେଡ୍‌ରୁମ୍‌ରେ ଲଗାଇଲେ ନିଦ ଭଲ ହେବା ସହ ଦୁଃସ୍ବପ୍ନ ଆସି ନଥାଏ। ତା’ଛଡ଼ା ପତ୍ନୀପତିଙ୍କ ସମ୍ପର୍କ ବି ନିବିଡ଼ ହୋଇଥାଏ।

* ସ୍ନେକ୍‌ ପ୍ଲାଣ୍ଟ ବି ସକାରାତ୍ମକ ଊର୍ଜ୍ଜାକୁ ଆକର୍ଷିତ କରିଥାଏ। ତା’ଛଡ଼ା ଏହା ଏକ ଏୟାର୍‌ ପ୍ୟୁରିଫାୟାର୍‌ ପ୍ଲାଣ୍ଟ ମଧ୍ୟ। ସେଥିପାଇଁ ଏହାକୁ ଘରେ ବିଶେଷକରି ଝରକା ପାଖରେ ରଖିଲେ ଘରର ବାତାବରଣ ସ୍ବଚ୍ଛ ରହିଥାଏ ବୋଲି ବିଶ୍ୱାସ କରାଯାଏ।

* ରବର ପ୍ଲାଣ୍ଟକୁ ବି ଘର ଭିତରେ ଲଗାଇବା ଶୁଭ। କାରଣ ଏହି ଗଛ ଆର୍ଥିକ ସମୃଦ୍ଧି ଆଣିବାରେ ବିଶେଷ ସହାୟକ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏହି ଗଛକୁ ଘରର ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଡ୍‌ନୀ ଫେଲ୍‌ ହେଲେ ଦେଖାଦିଏ ଏସବୁ ଲକ୍ଷଣ

କିଡ୍‌ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ପ୍ରତିଶତ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ...

ବାତ ବ୍ୟାଧିର ଉପଚାର

ମାନବ ଶରୀର ତ୍ରିଦୋଷ (ବାତ, ପିତ୍ତ, କଫ)ର ବିକୃତି କାରଣରୁ ବ୍ୟାଧି ଉତ୍ପନ୍ନ ହୁଏ। ବାତ ବିକୃତି କାରଣରୁ ପକ୍ଷାଘାତ (ପାରାଲିସିସ୍‌), ଆମବାତ (ରୁମାଟଏଡ୍‌ ଆଥର୍‌ରାଇଟିସ୍‌),...

ଡାକ୍ତରୀ ଜୀବନ

ମଣିଷ ସୃଷ୍ଟିର ଇତିହାସ ଯେତେ ପୁରୁଣା, ହୁଏତ ସେତିକି ପୁରୁଣା ରୋଗୀ ଆଉ ଚିକିତ୍ସକଙ୍କ ମଧ୍ୟରେ ସମ୍ପର୍କ। ତେଣୁ ମୁନିଋଷି, ଦାର୍ଶନିକ, ରାଜା ମହାରାଜା, ଏପରିକି...

ଏହି ୪ ଗୁଣ ମହିଳାଙ୍କ ଭିତରେ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ...

ସୁଖ-ସମୃଦ୍ଧି ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ଲୁଣ, ଜାଣନ୍ତୁ କ’ଣ କୁହେ ବାସ୍ତୁ…

ଲୁଣକୁ କେବଳ ଖାଦ୍ୟରେ ବ୍ୟବହାର କରାଯାଏ ତାହା ନୁହେଁ, ସୁଖ-ସମୃଦ୍ଧି ବୃଦ୍ଧି ହେଉ ଅବା ଶରୀରର ଥକାପଣକୁ ଦୂର କରିବାରେ ବି ଏହାର ଥାଏ ଅନେକ...

ଘରକୁ ନାଶ କରିଦେବ ଏହି ଗଛର ଛାଇ, ସାଜିପାରେ ଅକାଳ ମୃତ୍ୟୁର କାରଣ

ବେଳେବେଳେ ଘର ନିର୍ମାଣ କରିବା ସମୟରେ ଆମ ଚାରିପାଖରେ ଉପସ୍ଥିତ ଜିନିଷ ପ୍ରତି ଧ୍ୟାନ ଦେଇନଥାଉ । ଏହି କାରଣରୁ,ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ...

ଧନଠାରୁ ଅଧିକ ମୂଲ୍ୟବାନ ଏହି ୩ ଜିନିଷ; ଟଙ୍କା ପଛରେ ଦୌଡ଼ି କେବେ ହରାନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନରେ ସବୁଠାରୁ ଅଧିକ ମହତ୍ୱ ଧନର ରହିଛି। ଚାଣକ୍ୟ କୁହନ୍ତି ଟଙ୍କା ଥିଲେ ବ୍ୟକ୍ତି ନିଜର ଆବଶ୍ୟକତା ଅନୁସାରେ ପ୍ରତ୍ୟେକଟି ଜିନିଷ...

ଲେମ୍ବୁର ଉପକାରିତା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଲେମ୍ବୁର ବ୍ୟବହାର ବିଭିନ୍ନ ପୂଜା, ଦେବ କାର୍ଯ୍ୟ, ନୂତନ ବାସଗୃହରେ ପ୍ରବେଶ ବେଳେ, ଯାନବାହନ ଆଦିର ପୂଜା ତଥା ଯେ କୌଣସି ଶୁଭାଶୁଭ ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri