ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ମୂଲ୍ୟକୁ ଭଲ ଭାବେ ବୁଝାଇଛନ୍ତି। ଏପରିକି ଜୀବନ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ ଗୋଟିଏ ହେଲା ଦୁର୍ଜନ ବ୍ୟକ୍ତି। ତାଙ୍କୁ ବିଷଧର ଜୀବ ସହ ତୁଳନା କରିଛନ୍ତି ଚାଣକ୍ୟ। ତେବେ ଏଥିପାଇଁ ଉଦ୍ଦିଷ୍ଟ ଶ୍ଳୋକରେ ଚାଣକ୍ୟ ଏହାକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ଆସନ୍ତୁ ଜାଣିବା।
तक्षकस्य विषं दन्ते मक्षिकायास्तु मस्तके ।
वृश्चिकस्य विषं पुच्छे सर्वाङ्गे दुर्जने विषम् ।।”
ଏହି ଶ୍ଳୋକରେ ଚାଣକ୍ୟ ଦୁର୍ଜନ ବ୍ୟକ୍ତିଙ୍କ ତୁଳନା ବିଷଧର ଜୀବ ସହ କରିଛନ୍ତି। ଯେଉଁଭଳି ଭାବେ ସାପ, ମହୁମାଛି, ବିଛା ଦେହରେ ବିଷ ଥାଏ, ସେହିଭଳି ଦୁର୍ଜନ ବ୍ୟକ୍ତିଙ୍କ ମଧ୍ୟରେ ବିଷ ପ୍ରବୃତି ରହିଥାଏ। ଫରକ ଏତିକି ଯେ ସାପର ବିଷ ତା’ ଦାନ୍ତରେ, ମହୁମାଛିର ବିଷ ତା’ ମୁଣ୍ଡରେ ଏବଂ ବିଛାର ବିଷ ତା ଲାହୁଡ଼ରେ ଥାଏ। ହେଲେ ଦୁର୍ଜନ ବ୍ୟକ୍ତିର ସମ୍ପୂର୍ଣ୍ଣ ଦେହ ବିଷଯୁକ୍ତ ହୋଇଥାଏ। ଏହାର ସମ୍ପର୍କରେ ଆସୁଥିବା ବ୍ୟକ୍ତି ତାର ପ୍ରଭାବରୁ ନିଜକୁ ରକ୍ଷା କରିପାରେ ନାହିଁ। ଏଣୁ ଏଭଳି ବ୍ୟକ୍ତିଙ୍କଠାରୁ ଦୂରରେ ରହିବା ଉଚିତ।