ଓଡ଼ିଶାର ଏହି ପୋଲିସ ଅଧିକାରୀଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୨୫।୧(ବ୍ୟୁରୋ) : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ୨ ଜଣ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ ମିଳିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଘୋଷଣା କରିଛନ୍ତି। ଚଳିତବର୍ଷ ବିଭିନ୍ନ ବର୍ଗରୁ ଓଡ଼ିଶାରୁ ମୋଟ ୧୩ ଜଣଙ୍କୁ ମେଡାଲ ମିଳିବ। ସେଥିମଧ୍ୟରୁ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ଗୁଇନ୍ଦା ନିର୍ଦ୍ଦେଶାଳୟର ଗୁଇନ୍ଦା ନିର୍ଦ୍ଦେଶକ ରାଧାକ୍ରିଷନ ଶର୍ମା ଏବଂ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଡେପୁଟି ସୁବେଦାର ବୁଦ୍ଧି ବାହାଦୂର ଥାପ୍ପାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ।

Share