ଏକାଡେମୀ ଅଫ ମୋସନ ପିକ୍ଚର୍‌ ଆଟର୍‌ସ ଆଣ୍ଡ ସାଇନ୍ସ ତାଲିକାରେ ସାମିଲ ହେଲେ କରନ ଜୋହର, ରାମ ଚରଣ, ଓସ୍କାର ବିଜେତାଙ୍କ ପାଇଁ କରିପାରିବେ ଭୋଟିଂ

ମୁମ୍ବାଇ:ଏକାଡେମୀ ଅଫ ମୋସନ ପିକ୍ଚର୍‌ ଆଟର୍‌ସ ଆଣ୍ଡ ସାଇନ୍ସ ନିଜର ସମ୍ମାନଜନକ ପୁରସ୍କାର ଉତ୍ସବ ପାଇଁ ୩୯୮ଜଣଙ୍କ ନାଁ ଘୋଷଣା କରିଛି। ତାଲିକାରେ ଅର୍ନ୍ତଭୁକ୍ତ ସଦସ୍ୟମାନେ ଓସ୍କାର ଆଓ୍ବାର୍ଡ ପାଇଁ ଭୋଟିଂ କରିପାରିବେ। ବହୁ ଅନ୍ତରାଷ୍ଟ୍ରିୟ ତାରକାଙ୍କ ମଧ୍ୟରେ ଆର୍‌ଆର୍‌ଆର୍‌ ଫିଲ୍ମର ଫେମ୍‌ ଜୁନିିୟର ଏନଟିଆର, ରାମ ଚରଣ, ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନାମଙ୍କୁ ସଦସ୍ୟତା ପାଇଁ ଆମନ୍ତ୍ରଣ କରାଯାଇଛି। ସେହିପରି କରନ ଜୋହର, ଆରଆରଆର ଗୀତ ରଚନା ଏମ ଏମ କିରାଭାନେନ ଏବଂ ଗୀତିକାର ଚନ୍ଦ୍ରାବୋଜ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି।

Share