ଭାରତରେ ଓମିକ୍ରନ୍‌ର ରହୁଛି ଏସବୁ ଲକ୍ଷଣ..

ନୂଆଦିଲ୍ଲୀ,୪ ।୧୨: କରୋନା ମହାମାରୀ ବେଳକୁ ବେଳ ମାରାତ୍ମକ ହେବାରେ ଲାଗିଛି । ଏବେ ଏହାର ନୂଆ ଭାରିଏଣ୍ଟ ଆଫ୍ରିକାରେ କାୟା ବିସ୍ତାର କରିଥିବା ବେଳେ ବିଶ୍ୱର ପ୍ରାୟ ୩୦ ଦେଶକୁ ବ୍ୟାପି ସାରିଲାଣି । ତେବେ ଓମିକ୍ରନ୍ ଚିହ୍ନିବେ କିପରି ଏବେ ଏହାକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଦେଶରେ ୨ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଏହାକୁ ନେଇ ଆଉ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଓମିକ୍ରନରେ ପୀଡ଼ିତ ଥିବା ଜରେ ଡାକ୍ତରଙ୍କ ନିକଟରେ କେବଳ ଥକ୍କାପଣ, ଅଧିକ ହାଲିଆ ଲାଗିବା ଓ ଜ୍ୱର ଦେଖାଦେବାରୁ ସେ କରୋନା ଟେଷ୍ଟ କରାଇ ନେଇଥିଲେ । ଆଉ ପରେ ଜଣାପଡିଥିଲା କି ସେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହୋଇ ସାରିଛନ୍ତି । ଯଦିଓ ତାଙ୍କର କୌଣସି ଟ୍ରାଭେଲ ହି୍‌ଟ୍ରି ନ ଥିଲା ଏହା ପରେ ବି ସେ ଓମିକ୍ରନରେ ସଂକ୍ରମିତ ହୋଇଥିବା କୁହାଯାଇଛି । ଅନ୍ୟଜଣେ ୬୬ ବର୍ଷୀୟ ବ୍ୟକ୍ତି ଯେକି ଦକ୍ଷିଣ ଆଫ୍ରିକାରୁ ଫେରି ବେଙ୍ଗାଲୁରରେ ରହିଥିଲେ ଓ ପରେ ଦୁବଇ ଚାଲିଯାଇଥିଲେ ସେ ବି ଓମିକ୍ରନ୍ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ବୋଲି ଜଣାପଡିଛି । ତେଣୁ ବିଶେଷଜ୍ଞଙ୍କ କହିବା କଥା ହେଲା କରୋନାର ସମାନ୍ୟ ଲକ୍ଷଣ ଥିବାରୁ ଏହି ଓମିକ୍ରନ୍ ଭାରିଏଣ୍ଟ ଖୁବଶୀଘ୍ର ବ୍ୟାପିଯାଉଛି । ହେଲ୍ଟା ଭାରିଲଣ୍ଟରେ ଯେପରି ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ସେମିତି କିଛି ଗମ୍ଭୀର ଲକ୍ଷଣ ଓମିକ୍ରନ୍ ଭାରିଏଣ୍ଟରେ ଦେଖାଯାଉ ନ ଥିବା ଆଫ୍ରିକାର ଜଣେ ବିଶେଷଜ୍ଞ କହିଛନ୍ତି ।

Share