ଭୁଲ୍‌ରେ ବି କାହାକୁ କୁହନ୍ତୁ ନାହିଁ ଏହି ୫ କଥା, ନଚେତ ପସ୍ତାଇବେ ସାରା ଜୀବନ !

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ଉପରେ ବର୍ଣ୍ଣନା କରିଛନ୍ତି। ସେସବୁକୁ ଯଦି ଜୀବନରେ ପ୍ରୟୋଗ କରାଯାଏ ତେବେ ଜଣେ ସୁଖୀ ଜୀବନ ବିତାଇପାରିବ। ସେ ତାଙ୍କର ନୀତିରେ କିଛି କଥାକୁ ଗୋପନ ରଖିବାକୁ ପରାମର୍ଶ ଦେଇଛନ୍ତି। ବୁଦ୍ଧିମାନ ବ୍ୟକ୍ତି ସର୍ବଦା କିଛି କଥାକୁ ଗୋପନ ରଖିଥାନ୍ତି। ନଚେତ ଲୋକେ ଏହାର ଫାଇଦା ଉଠାନ୍ତି ବୋଲି ଚାଣକ୍ୟ କହିଛନ୍ତି। ଆସନ୍ତୁ ଆଜିର ବିଷୟରେ ସେସବୁକୁ ଜାଣିବା:-

-ସିଦ୍ଧ ପ୍ରାପ୍ତ ଔଷଧ: ଚାଣକ୍ୟ କୁହନ୍ତି କିଛି ଔଷଧ କିଛି ବ୍ୟକ୍ତିଙ୍କୁ ସିଦ୍ଧ ହୋଇଥାଏ। ଏଥିଲାଗି ଏହାକୁ ବିନିଯୋଗ କରି ଜଣେ ଅନ୍ୟର ଉପକାର କରିଥାଏ। କିନ୍ତୁ ଏହା ବିଷୟରେ କାହାକୁ କିଛି କହିବା ଉଚିତ ନୁହେଁ। ଏହାକୁ କହିବା ଦ୍ୱାରା ତାର ପ୍ରଭାବ ଶେଷ ହୋଇଯାଏ।

-ଧର୍ମ: ନିଜର ଧର୍ମ ଅଥବା କର୍ତ୍ତବ୍ୟ ବିଷୟରେ ଲୋକଙ୍କୁ କିଛି ବି କହିବା ଉଚିତ ନୁହେଁ, କେବଳ ଏହାର ପାଳନ କରାଯିବା ଉଚିତ।

-ଘରର ଅଭାବ: ନିଜ ଘରର ଅଭାବ ବିଷୟରେ କାହାକୁ ବି କହିବା ଦ୍ୱାରା ନିଜର ବଦ୍‌ନାମୀ ହୋଇଥାଏ। କାରଣ ଅସୁବିଧା ସବୁ ଘରେ ଥାଏ। ଅନ୍ତଃ ଏହାକୁ କହିବା ମୁର୍ଖତା।

-ସମ୍ଭୋଗ: ଚାଣକ୍ୟ କୁହନ୍ତି ସମ୍ଭୋଗ ବିଷୟରେ କାହାକୁ କିଛି ବି କହିବା ଅଶ୍ଳିଳତା ଏବଂ ଅସଭ୍ୟତା। ଏହି କାମ ଏକାନ୍ତରେ ଗୁପ୍ତ ଭାବେ କରାଯାଇଥାଏ।

-ଭୁଲ ଭୋଜନ: ଯଦି ଭୁଲ୍‌ରେ ଧର୍ମ କିମ୍ବା ସମାଜ ଅନୁମତି ଦେଉ ନ ଥିବା ଜିନିଷ ଖାଇ ଦିଅ ତେବେ ସେ ବିଷୟରେ କାହାକୁ କୁହନ୍ତୁ ନାହିଁ।

-ଶୁଣିଥିବା ଖରାପ କଥା: ଯଦି କେହି ଆପଣଙ୍କୁ କିଛି ଖରାପ କଥା କହିଛି କିମ୍ବା ଆପଣ କେଉଁଠାରୁ କିଛି ଖରାପ କଥା ଶୁଣିଛନ୍ତି ତେବେ ଏହାକୁ ହଜମ କରିନେବା ଉଚିତ। କାହାକୁ କିଛି କହିବା ଉଚିତ ନୁହେଁ।