ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ତଥା ଅର୍ଥଶାସ୍ତ୍ରୀ। ଏହାଛଡ଼ା ସେ ଜୀବନକୁ ବହୁତ ନିକଟରୁ ବୁଝିଥିବା ଜଣାଯାଏ। ତାଙ୍କର ନୀତିଶାସ୍ତ୍ର ଆଜି ବି ଅନେକଙ୍କୁ ରାସ୍ତା ଦେଖାଏ। ମଣିଷ୍ୟକୁ କିଭଳି ହେବା ଉଚିତ, କେଉଁ ପରିସ୍ଥିତିରେ କିଭଳି ବ୍ୟବହାର କରିବା ଉଚିତ ଆଦି ପ୍ରସଙ୍ଗରେ ଥିବା ନୀତି ବିଷୟରେ ଜଣାଇଛନ୍ତି। ସେହିଭଳି ସ୍ତ୍ରୀ ମାନଙ୍କ ପାଇଁ ସ୍ବାମୀର ଆଜ୍ଞା ଏବଂ ପତିବ୍ରତା ଧର୍ମକୁ ଆଭୂଷଣ ବୋଲି ସେ କହିଛନ୍ତି।
त्युराज्ञां विना नारी उपोष्य व्रतचारिणी !
आयुष्यं हरते भर्तुः सा नारी नरकं व्रजेत् !!
ଏହି ଶ୍ଳୋକରେ ଚାଣକ୍ୟ ସ୍ବାମୀ ଆଜ୍ଞା ଓ ପତିବ୍ରତା ଧର୍ମକୁ ସ୍ତ୍ରୀର ଆଭୂଷଣ ବୋଲି କହିଛନ୍ତି। ସ୍ତ୍ରୀ ଯଦି ସ୍ବାମୀଙ୍କ ଛୋଟ-ଛୋଟ କଥା/ଆଦେଶକୁ ପାଳନ କରେ ତେବେ ସେ ମୁକ୍ତି ପାଇଥାଏ। ଅପରପକ୍ଷେ ଯଦି ସେ ସ୍ବାମୀଙ୍କ ଅନୁମତି ବିନା ବ୍ରତ-ଉପବାସ ଆଦି କରେ, ତେବେ ସ୍ବାମୀଙ୍କ ଅକାଳ ମୃତ୍ୟୁର କାରଣ ପାଲଟେ। ଏଣୁ ସ୍ତ୍ରୀକୁ ସ୍ବାମୀଙ୍କ ଆଜ୍ଞା ଏବଂ ପତିବ୍ରତା ଧର୍ମକୁ ଯଥାଚିତ ପାଳନ କରିବା ଉଚିତ। ଏହା ହିଁ ସ୍ତ୍ରୀ ଧର୍ମ ବୋଲି ଚାଣକ୍ୟ କହିଛନ୍ତି।