ପିଲାଦିନେ ଖେଳଣା କିଣିବାକୁ ଟଙ୍କାଟିଏ ବି ପାଖରେ ନ ଥିଲା, ଏବେ କୋଟିପତି

ମୁମ୍ବାଇ: ବଲିଉଡ୍‌ର ଅନେକ ଷ୍ଟାରଙ୍କ ପିଲାଦିନ ଗରିବରେ କଟିଛି। ବର୍ତ୍ତମାନ ତାଙ୍କ ପାଖରେ କୋଟି କୋଟି ଟଙ୍କା। ସେହିମାନଙ୍କ ମଧ୍ୟରୁ ନେହା କକ୍କର ହେଉଛନ୍ତି ଜଣେ। ଯାହାଙ୍କ ପିଲାଦିନ ଅଭାବ ଅନଟନରେ କଟିଥିଲା। ଏହି କଥାକୁ ମନେ ପକାଇଛନ୍ତି ନେହା ଏବଂ ତାଙ୍କ ଭାଇ ଟୋନି କକ୍କର। ସେ କହିଛନ୍ତି, ପିଲାଦିନେ ଗରିବ ଯୋଗୁ ତାଙ୍କର ଖେଳଣା କିଣିବାକୁ ଇଚ୍ଛା ହେଉ ନ ଥିଲା। ଋଷିକେଶରେ ଗୋଟିଏ ଘରେ ପରିବାର ସହ ମିଶିକି ରହୁଥିବା ନେହାଙ୍କ ପରିବାର ଏବେ ନିଜର ବଙ୍ଗଳା କିଣିଛନ୍ତି। ତାଙ୍କର କଠିନ ପରିଶ୍ରମ ଯୋଗୁ ଆଜି ତାଙ୍କୁ ସଫଳତା ମିଳିଛି। କିନ୍ତୁ ସେ ତାଙ୍କ ପିଲାଦିନର ଗରିବ କଥାକୁ କେବେ ବି ଭୁଲିପାରିବେନି ବୋଲି କହିଛନ୍ତି।

ନେହାଙ୍କ ପରି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଆହୁରି ଅନେକ ଟପ୍‌ ଷ୍ଟାରଙ୍କ ପିଲାଦିନ ଗରିବରେ କଟିଛି। ମାତ୍ର ଆଜି ସେମାନଙ୍କ ନିକଟରେ ପ୍ରଚୁର ଅର୍ଥ। ସେ ରଜନୀକାନ୍ତ ହୁଅନ୍ତୁ କି ଅକ୍ଷୟକୁମାର। ଏମାନଙ୍କ ପିଲାଦିନ ବହୁ ଦୁଃଖ କଷ୍ଟରେ ବିତିଛି। ଶାହାରୁଖ, ମିଥୁନ ଚକ୍ରବର୍ତ୍ତୀ, ଜନି ଲିଭରଙ୍କ ପରି ବଡ଼ ବଡ଼ କଳାକାରଙ୍କ ପାଖରେ ଅର୍ଥ ନ ଥିଲା। ଆଜି ସେମାନଙ୍କ କଠିନ ପରିଶ୍ରମ ତାଙ୍କୁ ଏତେ ବାଟରେ ପହଞ୍ଚାଇଛି ବୋଲି ଏହି କଳାକାରମାନେ କୁହନ୍ତି।

Share