ନିଜଠାରୁ ବୟସରେ ସାନ ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି ଏସବୁ ଅଭିନେତ୍ରୀ; ସୁରୁଖୁରୁରେ ଚାଲିଛି ସଂସାର ଗାଡ଼ି…

ବମ୍ବେ: ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’ର ବବିତା ଜୀ ଏବଂ ଟପ୍ପୁଙ୍କ ଲଭଷ୍ଟୋରୀ ଆଜିକାଲି ଚର୍ଚ୍ଚାରେ। କହିବାର ତାତ୍ପର୍ଯ୍ୟ ଧାରାବାହିକରେ ବବିତା ଭୂମିକାରେ ନଜର ଆସୁଥିବା ମୁନ୍‌ମୁନ୍‌ ଦତ୍ତା ଏବଂ ଟପ୍ପୁ ଅର୍ଥାତ ରାଜ ଅନାଦକଟ ପରସ୍ପରକୁ ଡେଟ୍‌ କରୁଛନ୍ତି। ରାଜ ମୁନ୍‌ମୁନ୍‌ଙ୍କଠାରୁ ୯ ବର୍ଷ ସାନ। ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ କୌଣସି ଅଭିନେତ୍ରୀ ନିଜଠାରୁ ସାନ ଯୁବକଙ୍କୁ ଭଲପାଇବସିଛନ୍ତି। ବଲିଉଡ୍‌ଠାରୁ ଆରମ୍ଭ କରି ଟେଲି ପରଦାର ଅନେକ ଅଭିନେତ୍ରୀ ଏହି ତାଲିକାରେ ଅଛନ୍ତି। ଆସନ୍ତୁ ଜାଣିବା:

ଗୌହର ଖାନ୍‌: ଟେଲି ଅଭିନେତ୍ରୀ ଗୌହର ଖାନ୍‌ ଲକ୍‌ଡାଉନ୍‌ ସମୟରେ ଜୈଦ ଦରବାରଙ୍କୁ ବିବାହ କରିଥିଲେ। ଜୈଦ ଗୈହରଙ୍କଠାରୁ ୧୨ ବର୍ଷ ସାନ।

ସନାୟା ଇରାନୀ: ‘ଇସ୍‌ ପ୍ୟାର୍‌ କୋ କ୍ୟା ନାମ ଦୁଁ’ ଜରିଆରେ ଲୋକପ୍ରିୟ ହୋଇଥିବା ସନାୟା ଇରାନୀ ଏବଂ ମୋହିତ ସେହଗଲଙ୍କ ମଧ୍ୟରେ ଦୁଇ ବର୍ଷର ତଫାତ ରହିଛି। ସନାୟାଙ୍କ ସ୍ବାମୀ ମୋହିତ ତାଙ୍କଠାରୁ ୨ ବର୍ଷ ସାନ। ଉଭୟ ୨୦୧୬ରେ ବିବାହ କରିଥିଲେ।

କିଶ୍ୱର ମର୍ଚେଣ୍ଟ: ୨୦୧୬ରେ କିଶ୍ୱର ସୂୟଶଙ୍କୁ ବିବାହ କରିଥିଲେ। ଉଭୟ ଟେଲିଭିଜନଜଗତର ଆଇଡଲ୍‌ କପଲ୍‌। ସୂୟଶଙ୍କୁ ଏବେ ୩୨ ବର୍ଷ ହୋଇଥିବା ବେଳେ କିଶ୍ୱରଙ୍କୁ ୪୦ ବର୍ଷ। ଉଭୟଙ୍କ ମଧ୍ୟରେ ୮ ବର୍ଷର ତଫାତ ରହିଛି।

ଦେବିନା ବାନାର୍ଜୀ: ଦେବିନା ଏବଂ ସ୍ବାମୀ ଗୁରମିତ ଚୌଧୁରୀ ଟେଲିଭିଜନଜଗତର ହିଟ୍‌ ଯୋଡ଼ି। ଉଭୟ ଅନେକ ଧାରାବାହିକରେ କାମ କରିଛନ୍ତି। ଗୁରମିତ ଦେବିନାଙ୍କଠାରୁ ଦୁଇ ବର୍ଷ ସାନ।

ଟିଜେ ସିନ୍ଧୁ: କାନାଡିଆନ୍‌ ଅଭିନେତ୍ରୀ ଟିଜେ ସିନ୍ଧୁ କରନ୍‌ବୀର ବୋହରାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହକୁ ୧୫ ବର୍ଷ ବିତିଛି। ଉଭୟ ପରସ୍ପରକୁ ବହୁତ ଭଲପାଆନ୍ତି। ହେଲେ ଟିଜେ କରନବୀରଙ୍କଠାରୁ ୨ ବର୍ଷ ବଡ଼।

Share