କ’ଣ ଏହି ଦୁଇ ଘଟଣାକୁ ନେଇ ଆଜି ବି ଅବିବାହିତ ସଲମାନ? ନିଜେ କହିଥିଲେ …

ବମ୍ବେ: କାହିଁକି ଅବିବାହିତ ଅଛନ୍ତି ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ। କେବେ ହାତକୁ ଦୁଇହାତ ହେବେ ସେ? ଅନେକ ଥର ଏହି ପ୍ରଶ୍ନ ଉଠିଥିଲେ ହେଁ ଉତ୍ତର କାହାକୁ ମିଳେନା। ପ୍ରକୃତ କଥା ଦେଖିଲେ ଦୁଇଟି କଥା ଲାଗି ଏଯାଏ ବିବାହ କରିନାହାନ୍ତି ସଲମାନ। ଏକଦା ବରିଷ୍ଠ ପତ୍ରକାର ରଜତ ଶର୍ମାଙ୍କୁ ସେ ଏହାର ଜବାବ ଦେଇଥିଲେ।

ସଲମାନ କହିଥିଲେ, ଆପଣ ମୋ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣନ୍ତି। ଜୋଧପୁର ଏବଂ ମୁମ୍ବାଇ ଦୁର୍ଘଟଣାକୁ ନେଇ ଦୁଇଟି ମାମଲା ମୋ ଉପରେ ଚାଲୁଛି। ଦୁଇଟିଯାକରେ ଜିତାପଟ ହେବ ବୋଲି ଆଶା। ହେଲେ ଯଦି କିଛି ହୋଇଯାଏ ତେବେ ମୋତେ ଜେଲ ହୋଇଯିବ। ସେତେବେଳେ କ’ଣ ହେବ। ବିବାହ କରିନେବି ସତ। ମାତ୍ର ତାହା କ’ଣ ଠିକ ହେବ? ସ୍ବାମୀ ଜେଲ ଭିତରେ ୨,୩ ନଚେତ ୫ ବର୍ଷ ରହିବ। ମୋ ଛୁଆ ମୋତେ ଜେଲରେ ଭେଟିବାକୁ ଆସିବ। ଏସବୁ କେସର ନିଷ୍କର୍ସ ଶୀଘ୍ର ବାହାରିଲେ ବିବାହ ନେଇ ସେ ଚିନ୍ତା କରିବେ ବୋଲି କହିଥିଲେ।

Share