ଜଣେ ବୟଫ୍ରେଣ୍ଡ୍‌ଙ୍କୁ ଡେଟ୍‌ କରୁଛନ୍ତି ଏହି ଦୁଇ ଭଉଣୀ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଇଣ୍ଡଷ୍ଟ୍ରିର ଯୁବ ତଥା ହିଟ୍‌ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି। ଫିଲ୍ମ ‘ଧଡ଼କ’ ସହିତ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ଅନେକ ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିସାରିଛନ୍ତି। ଯାହା ଦର୍ଶକଙ୍କ ଦ୍ୱାରା ବେଶ୍‌ ପ୍ରଶଂସିତ ହୋଇଛି। ଅଭିନୟ ସହିତ ଜାହ୍ନବୀ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ବି ଚର୍ଚ୍ଚାରେ ରହିଥାନ୍ତି। କେବଳ ଏତିକି ନୁହେଁ, ଜାହ୍ନବୀଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଖବର ଆସିଛି। ନିକଟରେ ଜାହ୍ନବୀଙ୍କ ସାନ ଭଉଣୀ ଖୁସି କପୁରଙ୍କ ବିଷୟରେ କିଛି ଚର୍ଚ୍ଚା ହେଉଛି। ଖୁସି କୁଆଡ଼େ ନିଜ ବଡ଼ ଭଉଣୀଙ୍କ ପୂର୍ବତନ ପ୍ରେମିକଙ୍କୁ ଡେଟ୍‌ କରୁଛନ୍ତି।

ନିକଟରେ ଜାହ୍ନବୀଙ୍କ ନାମ ଅକ୍ଷତ ରଞ୍ଜନଙ୍କ ସହ ଯୋଡ଼ା ଯାଇଥିଲା। ତା’ପରେ ଅକ୍ଷତଙ୍କ ସହ ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏବେ ଖୁସି ଅକ୍ଷତଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି। ନିକଟରେ ଏକ ସାକ୍ଷାତକାରରେ ଯେତେବେଳେ ଜାହ୍ନବୀଙ୍କୁ ଏ ବିଷୟରେ ପଚରାଗଲା ସେତେବେଳେ ସେ ଖୋଲାଖୋଲି କହିଥିଲେ, ଏହା ମିଛ ଆଉ ସବୁଠୁ ଖରାପ ଖବର।

ସେ ଆହୁରି ମଧ୍ୟ କହିଛନ୍ତି, ସୋସିଆଲ ମିଡିଆରେ କୁହାଯାଉଛି ଯେ, ମୁଁ ମୋର ପିଲାଦିନର ବନ୍ଧୁ ଅକ୍ଷତଙ୍କୁ ଡେଟ୍‌ କରୁଥିଲି, ତା’ପରେ ମୁଁ ତାଙ୍କ ସହ ସମ୍ପର୍କ ଭାଙ୍ଗିଥିଲି। ବର୍ତ୍ତମାନ ଖୁସି ତାଙ୍କୁ ଡେଟ୍‌ କରୁଛନ୍ତି। ଏହି ସବୁ ଖବର ସମ୍ପୂର୍ଣ୍ଣ ଭୁଲ୍‌। ଆମ ମଧ୍ୟରୁ କେହି କେବେ ତାଙ୍କୁ ଡେଟ୍‌ କରି ନ ଥିଲେ। ଆମେ କେବଳ ଛୋଟ ଥିବାରୁ ସେ କେବଳ ଆମର ସର୍ବୋତ୍ତମ ବନ୍ଧୁ। ଏହା ବ୍ୟତୀତ ଆମ ମଧ୍ୟରେ ଆଉ କିଛି ନାହିଁ।

Share