କରନ୍‌ଙ୍କୁ ଝଟ୍‌କା: ଶୋ’କୁ ଆସିବାକୁ ମନା କଲେ ଦୁଇ ଟଲିଉଡ୍‌ ଷ୍ଟାର!

ବମ୍ବେ: ଆଉ ଛଅ ଦିନର ଅପେକ୍ଷା। ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାରରେ ପ୍ରସାରିତ ହେବ ‘କଫି ଉଇଥ୍‌ କରନ୍‌ ୭’। ଶୋ’କୁ ଆଉ ଦିନ କେଇଟା ଥିବା ବେଳେ ପ୍ରଥମ ଅତିଥି କିଏ ହେବ ସେନେଇ ସସ୍‌ପେନ୍ସ ଜାରି ରହିଛି। ଏହି ସିଜନରେ କିଛି ଦକ୍ଷିଣ ଭାରତୀୟ କଳାକାରଙ୍କୁ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଏବେ ଏକ ନିରାଶ କରିବା ଭଳି ଖବର ସାମ୍ନାକୁ ଆସିଛି।
ଖବରଟି ହେଲା ଆର୍‌ଆର୍‌ଆର୍‌ର ଲୋକପ୍ରିୟ ସୁପରଷ୍ଟାର କରନ୍‌ଙ୍କ ଶୋ’କୁ ଆସିବେ ନାହିଁ ବୋଲି ମନା କରିଛନ୍ତି। ସେମାନେ ହେଲେ ଜୁନିୟର ଏନ୍‌ଟିଆର୍‌ ଏବଂ ରାମଚରଣ । ହେଲେ ଏହା ପଛରେ କି କାରଣ ରହିଛି ତାହା ଜଣାପଡ଼ି ନ ଥିବା କୁହାଯାଉଛି।

Share