Advertisement

Exit Poll: ଦିଲ୍ଲୀରେ ପୁଣି ସରକାର ଗଢ଼ିବ AAP, ଏହି ଦୁଇ ସର୍ଭେରୁ ମିଳିଲା ଖୁସିଖବର…

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ମତଦାନ ଶେଷ ହେବା ପରେ ଏକଜିଟ୍‌ ପୋଲ୍‌ ଆକଳନ ପ୍ରକାଶ ପାଇଛି। ସର୍ଭେରେ ନିର୍ବାଚନ କିଏ ଜିତିବ ସେନେଇ ଭିନ୍ନ ଭିନ୍ନ ଦାବି କରାଯାଉଛି। କିଛି ସର୍ଭେରେ ଭାଜପାକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ଭିନ୍ନ ଏଜେନ୍ସି ଦ୍ୱାରା କରାଯାଇଥିବା ଦୁଇଟି ସର୍ଭେରେ ଆମ ଆଦମୀ ପାର୍ଟିକୁ ବହୁମତ ମିଳିଥିବା ଦର୍ଶାଯାଇଛି। ପ୍ରଥମଟି WeePresideରୁ ଆସିଥିବା ବେଳେ ଦ୍ୱିତୀୟଟି Mind Brinkରୁ ଆସିଛି।
ପ୍ରଥମେ ଆମେ WeePreside ସର୍ଭେ ବିଷୟରେ ଆଲୋଚନା କରିବା। ଦିଲ୍ଲୀର ୭୦ ବିଧାନସଭା ଆସନରୁ ଆମ ଆଦମୀ ପାର୍ଟି ୪୬ରୁ ୫୨ ଆସନ ପାଇବ। ସେହିଭଳି ଭାଜପାକୁ ୧୮ରୁ ୨୩ ଆସନ ମିଳିବ। କଂଗ୍ରେସକୁ ୦ ରୁ ୧ ଆସନ ମିଳିପାରେ ବୋଲି ଏଥିରେ ଆକଳନ କରାଯାଇଛି। ତେବେ ଦିଲ୍ଲୀରେ ସରକାର ଗଠନ କରିବା ପାଇଁ ଯେକୌଣସି ଦଳକୁ ୩୬ ଆସନ ଆବଶ୍ୟକ। ଏପରି ପରିସ୍ଥିତିରେ, ଯଦି ଏହି ସର୍ଭେର ପୂର୍ବାନୁମାନ ସଠିକ ହୁଏ, ତେବେ AAP ପୁଣି ଥରେ ରାଜଧାନୀରେ କ୍ଷମତାକୁ ଫେରିପାରେ।
ମାଇଣ୍ଡ ବ୍ରିଙ୍କ ସର୍ଭେ କ’ଣ କହୁଛି?
Mind Brink ସର୍ଭେ ବିଷୟରେ କହିବାକୁ ଗଲେ, ଆମ୍‌ ଆଦମୀ ପାର୍ଟିକୁ ୪୪ ରୁ ୪୯ ଆସନ ମିଳିବ ବୋଲି ଆକଳନ କରାଯାଇଛି। ଏତେ ଅଧିକ ଆସନ ପାଇବା ଅର୍ଥ ହେଉଛି ଆମ ଆଦମୀ ପାର୍ଟି ପୁଣିଥରେ ଦିଲ୍ଲୀରେ କ୍ଷମତାକୁ ଫେରିପାରିବ। ସେହି ସମୟରେ ଭାଜପାକୁ ୨୧ରୁ ୨୫ ଆସନ ଏବଂ କଂଗ୍ରେସକୁ ଶୂନ୍ୟରୁ ୧ ଆସନ ମିଳିବାର ଆଶା କରାଯାଉଛି। ଯଦି ଆମେ ଏହାକୁ ଏହିଭଳି ଦେଖିବା, ତେବେ ଏହି ସର୍ଭେ ଆମ ଆଦମୀ ପାର୍ଟିର ପୁନର୍ବାର କ୍ଷମତାକୁ ଫେରିବାର ସୂଚନା ମଧ୍ୟ ଦେଉଛି।
Matrize ପକ୍ଷରୁ କରାଯାଇଥିବା ସର୍ଭେରେ ଆମ ଆଦମୀ ପାର୍ଟିର ସମ୍ପୂର୍ଣ୍ଣ ବହୁମତ ନ ଥିଲେ ବି କିନ୍ତୁ ଏହା ଏହାର ବହୁତ ନିକଟତର ଥିବା ଦେଖାଯାଇଛି। ଏହି ସର୍ଭେରେ ଦିଲ୍ଲୀର ୭୦ଟି ଆସନ ମଧ୍ୟରୁ ଆମ ଆଦମୀ ପାର୍ଟି ୩୨ରୁ ୩୭ଟି ଆସନ ପାଇବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ, ଭାଜପାକୁ ୩୫ ରୁ ୪୦ ଆସନ ମିଳିବ ବୋଲି ଆକଳନ କରାଯାଇଛି। ସେହି ସମୟରେ, ଏହି ସର୍ଭେରେ ମଧ୍ୟ କଂଗ୍ରେସକୁ ଶୂନ୍ୟରୁ ୦୧ ଆସନ ମିଳିବ ବୋଲି ଆକଳନ କରାଯାଇଛି।
ସୂଚନାଯୋଗ୍ୟ, ଦିଲ୍ଲୀର ସମସ୍ତ ୭୦ଟି ଆସନରେ ମତଦାନ ଶେଷ ହୋଇଛି। ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରାୟ ୫୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ତଥାପି ଭୋଟଦାନ ସହ ଜଡିତ ଚୂଡ଼ାନ୍ତ ସଂଖ୍ୟା ଏପର୍ଯ୍ୟନ୍ତ ଆସିନାହିଁ। ଏଥର ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା ତ୍ରିକୋଣୀୟ ହେବ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ସର୍ଭେର ସଂଖ୍ୟା ଯେପରି ବାହାରିଛି, ସେଥିରୁ ଲଢ଼େଇ କେବଳ ଆମ ଆଦମୀ ପାର୍ଟି ଏବଂ ଭାଜପା ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତଥାପି କିଏ ନିର୍ବାଚନରେ ଜିତିବ ଏବଂ କିଏ ହାରିବ ତାହା ଫେବୃଆରୀ ୮ ରେ ସ୍ପଷ୍ଟ ହୋଇଯିବ।

Share