Categories: କନ୍ଧମାଳ

ପର୍ଯ୍ୟଟନକ୍ଷେତ୍ରକୁ ସଫା ରଖିବାକୁ ଏମିତି କଲେ….

ବ୍ରାହ୍ମଣୀଗାଁ ୨୭।୯: (ମନୋରଞ୍ଜନ ରଣା) ଜଙ୍ଗଲ ଓ ପରିବେଶ ବିଭାଗର ବାଲିଗୁଡ଼ା ବନଖଣ୍ଡର ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯିବା ସହ ପର୍ଯ୍ୟଟନକ୍ଷେତ୍ରକୁ ସଫେଇ କରିବାକୁ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ତତ୍ୱାବଧାନରେ ଏହି ସଫେଇ କାର୍ଯ୍ୟ କରାଯାଇଛି। ବନାଞ୍ଚଳ ଅଧିକାରୀ ବେହେରା କାର୍ଯ୍ୟାଳୟକୁ ସ୍ବଚ୍ଛ ରଖିବା ସହ ନିଜ ପରିବେଶ ତଥା ବଜାର ଓ ଚତୁଃପାର୍ଶକୁ ସଫେଇ କରିବାକୁ ଲୋକଙ୍କୁ ପରାମର୍ଶ ଦେବା ସହ ନିଜ କର୍ମଚାରୀ ଓ ଗ୍ରାମବାସୀଙ୍କୁ ନେଇ ସଫେଇ କରିଥିଲେ।
ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧୀନରେ ଆସୁଥିବା ଗଦାପୁର, କାଟିଙ୍ଗିଆ ସେକ୍ସନ ଅଫିସ ଏବଂ ମେରାମାହା, ଧୁସାରୀ ବିଟ୍‌ ହାଉସ ପରିସରରେ ସଫେଇ କରାଯାଇଛି । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି କୁହାଯାଇଛି । ବ୍ରାହ୍ମଣୀଗାଁ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ , ଗଦାପୁର ବନପାଳ ସଞ୍ଜୀବ କୁମାର ବେହେରା ଓ କାଟିଙ୍ଗିଆ ବନପାଳ ସୋରଜ ମଙ୍ଗରାଜ ପରିଚାଳନା କରିଥିଲେ ଏବଂ ସମସ୍ତ ବନ କର୍ମଚାରୀ ମାନେ ସହଯୋଗ କରିଥିଲେ ।