Categories: ଖେଳ

ଦକ୍ଷିଣ ଆଫ୍ରିକା ବୋର୍ଡକୁ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ଓ୍ବଙ୍କ ସମାଲୋଚନା

ସିଡ୍‌ନୀ,୨ା୧: ଟେଷ୍ଟ କ୍ରିକେଟ ଅପେକ୍ଷା ଟି୨୦ ଲିଗ୍‌କୁ ପ୍ରାଧାନ୍ୟ ଦେଉଥିବା କାରଣରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(ସିଏସ୍‌ଏ)କୁ ସମାଲୋଚନା କରିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ଓ୍ବ।

ଦକ୍ଷିଣ ଆଫ୍ରିକାରେ ଟି୨୦ ଲିଗ୍‌ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଦ୍ୱିତୀୟ ପସନ୍ଦର ଦଳ ପଠାଉଛି ଦକ୍ଷିଣ ଆଫ୍ରିକା। ଏହି ଦଳର ଜଣେ ବି ଖେଳାଳି ଟେଷ୍ଟ ମ୍ୟାଚ୍‌ ଖେଳି ନ ଥିବା ବେଳେ ଅଧିନାୟକ ପ୍ରଥମ ଥର ଅନ୍ତର୍ଜାତୀୟ ପଦାର୍ପଣ କରିବେ। ଆଇସିସି ଏପରି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରିବା ଚିନ୍ତାଜନକ ବୋଲି କହିଛନ୍ତି ଷ୍ଟିଭ ଓ୍ବ।

Share