Categories: ଫୁରସତ

ମଣିଷ ଶରୀରର ମାଂସ ଖାଇବା ସହ ଖପୁରୀରେ…ଅଘୋରୀମାନେ ଏମିତି କରନ୍ତି ଲୋମଟାଙ୍କୁରା ସାଧନା

ଆଘୋରୀ… ସାଧୁମାନଙ୍କର ଏକ ସମ୍ପ୍ରଦାୟ ଯାହାଙ୍କୁ ନେଇ ସମସ୍ତଙ୍କଠାରେ କୌତୁହଳ ରହିଛି। ସେମାନଙ୍କ ଦୁନିଆ ରହସ୍ୟପୂର୍ଣ୍ଣ ବୋଲି କୁହାଯାଏ। ଅଘୋରୀମାନେ ଶ୍ମଶାନରେ ରହିବା ସହ ସେଠାରେ ନିଜର ସାଧନା କରିଥାନ୍ତି। ଯଦିଓ ଆଘୋରୀଙ୍କୁ ସାଧାରଣତଃ ଦେଖାଯାଏ ନାହିଁ, କିନ୍ତୁ ମହାକୁମ୍ଭ ଆସୁଥିବାରୁ ଏବେ ସେମାନଙ୍କର ଗହଳି ଲାଗିବ। ତେଣୁ ସେମାନଙ୍କ ବିଷୟରେ ଆସନ୍ତୁ ଜାଣିବା।

ଆଘୋରପନ୍ଥ ଭଗବାନଙ୍କ ଉପାସନର ଏକ ରହସ୍ୟମୟ ସାଧନା। ସେମାନଙ୍କର ପୁରା ଦୁନିଆ ରହସ୍ୟରେ ପରିପୂର୍ଣ୍ଣ। ସେମାନେ ଶ୍ମଶାନରେ ରହିବାକୁ ପସନ୍ଦ କରନ୍ତି । ଦଗ୍ଧ ଶରୀରର ପାଉଁଶ ସାରା ଶରୀରରେ ବୋଳି ହୋଇତାନ୍ତି। ଏଥିସହ ସେମାନେ ଅର୍ଦ୍ଧଦଗ୍ଧ ମଣିଷ ଶରୀରର ମାଂସ ମଧ୍ୟ ଖାଆନ୍ତି। ଏପରିକି ସେମାନେ ମାନବ ଖପୁରୀକୁ ଏକ ପାତ୍ର ଭାବରେ ବ୍ୟବହାର କରନ୍ତି।

ଅଘୋରିଙ୍କୁ ଭଗବାନ ଶିବଙ୍କର ଉପାସକ ଭାବରେ ବିବେଚନା କରାଯାଏ। କୁହାଯାଏ ଯେ ଭଗବାନ ଶିବ ନିଜେ ଆଘୋର ସମ୍ପ୍ରଦାୟର ପ୍ରଚାର କରିଥିଲେ। ଅଘୋରିଙ୍କ ସାଧନା ଅସଧାରଣ ଅଟେ। ସାଧାରଣତଃ ଆମେ ସମସ୍ତେ ଏକ ପରିଷ୍କାର ସ୍ଥାନରେ ପୂଜାପୂଜି କରିଥାଉ, ଯେତେବେଳେ କି ଆଘୋରୀମାନେ ସେମାନଙ୍କ ସାଧନା ପାଇଁ ଶ୍ମଶାନକୁ ବାଛିଥାନ୍ତି। ଅଘୋରିମାନେ ତିନି ପ୍ରକାରର ପୂଜା କରନ୍ତି। ଯେଉଁଥିରେ ଶ୍ମଶାନ, ଶିବ ପୂଜା ଏବଂ ମୃତ ଶରୀର ପୂଜା ଅନ୍ତର୍ଭୁକ୍ତ। କୁହାଯାଏ ଯେ ଯେତେବେଳେ ଆଘୋରୀମାନେ ମୃତ ଶରୀର ଉପରେ ପାଦ ରଖି ସାଧନା କରନ୍ତି, ସେତେବେଳେ ଏହାକୁ ଶିବ ଏବଂ ଶବ ସାଧନା କୁହାଯାଏ। ଏପରି କି ସାଧନାରେ ମୃତଦେହକୁ ପ୍ରସାଦ ଭଳି ମାଂସ ଓ ମଦ ଦିଆଯାଏ। ଏହା ବ୍ୟତୀତ ଶବଦାହ ସାଧନା ଅଛି, ଯେଉଁଥିରେ ପରିବାର ସଦସ୍ୟ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରିବେ। ଅଘୋରୀ ସାଧୁଙ୍କ ଆଚରଣ ଅତ୍ୟନ୍ତ ଅଦ୍ଭୁତ ଅଟେ। ସେମାନେ କାହା ସହିତ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ କିମ୍ବା ନିଜ ଦୁନିଆ ବିଷୟରେ ଅଧିକ କିଛି କୁହନ୍ତି ନାହିଁ ।

Share