Categories: ଫୁରସତ

ଷଣ୍ଢ ଶିଙ୍ଗରେ ଲଗାଇଲେ ନିଆଁ, ଏମିତି ନେଲା ପ୍ରତିଶୋଧ, ଭିଡିଓ ଦେଖିଲେ…

ଷଣ୍ଢମାନେ ଉତ୍ତେଜିତ ହେଲେ କ’ଣ ଯେ, କ୍ଷତି ଘଟାନ୍ତି ତାହା ନିଶ୍ଚିତ ଦେଖିଥିବେ। ଆଜିକାଲି ସୋସିଆଲ ମିଡିଆରେ ଷଣ୍ଢଙ୍କର ଅନେକ ହିଂସ୍ର ଭିଡିଓ ଭାଇରାଲ ହେଉଛି। ସେଥିରୁ କିଛି ଭିଡିଓ ବହୁତ ଭୟଙ୍କର ହୋଇଥାଏ। ଏବେ ସେମିତି ଏକ ଭିଡିଓ @cctvidiotsରେ ଶେୟାର କରାଯାଇଛି। ଏହି ଭିଡିଓରେ ଗୋଟିଏ ଷଣ୍ଢ ରାସ୍ତାରେ ଠିଆ ହୋଇଛି। ତା’ ଶିଙ୍ଗରେ କିଛି ଲୋକ ନିଆଁ ଲଗାଇ ଦେଉଛନ୍ତି। ଏହା ପରେ ଷଣ୍ଢଟି ପୂରା ହିଂସ୍ର ହୋଇଉଠୁଛି।

 

ଲୋକମାନେ ଷଣ୍ଢ ଶିଙ୍ଗରେ ନିଆଁ ଲଗାଇ ପଛକୁ ଫେରିବା ମାତ୍ରେ ଷଣ୍ଢଟି ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଶିଙ୍ଗରେ ନିଆଁରେ ଜଳିବା ମାତ୍ରେ ଜଣେ ବ୍ୟକ୍ତିଙ୍କୁ ଷଣ୍ଢ ଆକ୍ରମଣ କରୁଛି। ସେ ତାଙ୍କୁ ତଳେ ପକାଇ ଅନେକ ଥର ଆଘାତ କରୁଛି। ଶେଷରେ ଲୋକ ଜଣକ ବେହୋସ ହୋଇଯାଉଛନ୍ତି। ଦୂରରୁ ଏହା ବୁଝିହେବ ନାହିଁ, ସେ ବଞ୍ଚିଛନ୍ତି କି ନାହିଁ, କିନ୍ତୁ ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଲୋକଙ୍କୁ ନିଜ ଜୀବନକୁ ବିପଦରେ ପକାଇବାକୁ ପଡ଼ିଲା।

ଏହି ଭିଡିଓଟି ୪୨ ଲକ୍ଷରୁ ଅଧିକ ଭ୍ୟୁ ପାଇଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି। ଅନେକ ପଚାରିଛନ୍ତି ଉକ୍ତ ବ୍ୟକ୍ତି ଜଣକ ଠିକ୍‌ ଅଛନ୍ତି ନା ନାହିଁ। ଜଣେ ୟୁଜର କହିଛନ୍ତି, ଆହତ ବ୍ୟକ୍ତିଙ୍କୁ ସେଠାରୁ ଯେମିତି ନିଆଗଲା, ତାହା ଠିକ୍‌ ନୁହେଁ। ଜଣେ କହିଛନ୍ତି, ଏହା ହେଉଛି କର୍ମ। ଅନ୍ୟ ଜଣେ କହିଛନ୍ତି, ଏହା ଷଣ୍ଢର ଦୋଷ ନୁହେଁ।

Share