ଜୟପୁର, ୧୫ା୧(ନି.ପ୍ର.): ଜୟପୁର ସଦର ଥାନା ଅଧୀନ ଫାମ୍ପୁଣି ହାଟପଦାଠାରେ ଥିବା ଏକ ପାନ ଦୋକାନରେ ରବିବାର ନିଆଁ ଲାଗି ପୋଡି ପାଉଁଶ ହୋଇଯାଇଛି। ଦୋକାନ ମାଲିକ ରସିକ ପରଜା କେହି ଜଣେ ଦୁର୍ବୁତ୍ତ ଦୋକାନରେ ନିଆଁ ଲଗାଇ ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ତଦନ୍ତ ପରେ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲିଥାନା ଅଧିକାରୀ ଈଶ୍ୱର ତାଣ୍ଡି କହିଛନ୍ତି।