Categories: ଜାତୀୟ

‘ଏମାନେ ଦେଶର ଇତିହାସ ପରିବର୍ତ୍ତନ କରି ବାପୁଙ୍କ ନାମରୁ ନରେନ୍ଦ୍ର ମୋଦି କରିବାକୁ ଚାହୁଁଛନ୍ତି’

ପାଟନା,୬।୯: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସେପ୍ଟେମ୍ବର ୯ରେ ଜି-୨୦ ରାତ୍ରୀ ଭୋଜନ ପାଇଁ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍‌ ଭାରତ ପକ୍ଷରୁ ନିମନ୍ତ୍ରଣ ପଠାଇଛନ୍ତି। ଏ ସମ୍ପର୍କରେ ବିରୋଧୀ ଦଳର ନେତାମାନେ କେନ୍ଦ୍ରରେ କ୍ଷମତାରେ ଥିବା ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ଦିଲ୍ଲୀରୁ ପାଟନାରେ ପହଞ୍ଚିବା ପରେ ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ପାଟନା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ଉପରେ ବର୍ଷିଥିଲେ।
‘ଇଣ୍ଡିଆ’ ଶବ୍ଦ ବିଷୟରେ ଲଲନ ସିଂ କହିଛନ୍ତି ଯେ, ‘ଇଣ୍ଡିଆ’ ଶବ୍ଦରେ ଏହି ଲୋକମାନଙ୍କର(ଭାଜପା) ନର୍ଭସ ଥିବା ସ୍ପଷ୍ଟ ଦେଖାଯାଉଛି। ଏସବୁ ଡ୍ରାମା। ଏହି ଲୋକମାନେ ସମଗ୍ର ଇତିହାସକୁ ପରିବର୍ତ୍ତନ କରୁଛନ୍ତି। ସେମାନେ ନିଜ ନାମରେ ଇତିହାସ ସୃଷ୍ଟି କରିବାକୁ ଚାହୁଁଛନ୍ତି। ସେମାନେ ଚାହୁଁଛନ୍ତି ଯେ ବାପୁଙ୍କ ନାମରୁ ଦେଶର ଇତିହାସକୁ ହଟାଇ ନରେନ୍ଦ୍ର ମୋଦିଙ୍କ ନାମରେ ପରିବର୍ତ୍ତନ କରାଯାଉ। ସେମାନେ ନିରାଶା ଅଛନ୍ତି ତେଣୁ ସେମାନେ ନାମ ପରିବର୍ତ୍ତନ କରିବେ, ନାମ ପରିବର୍ତ୍ତନ କଲେ କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

Share