ପିପିଇ କିଟ୍‌ ନ ଥିବାରୁ ଚିକିତ୍ସା କଲେନି, ଚାଲିଗଲା ଜୀବନ

ବ୍ରହ୍ମପୁର ଅଫିସ,୧।୮: ଗଞ୍ଜାମ ଜିଲାରେ ପୁଣି ଜଣେ ରୋଗୀଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆସିଛି। ପିପିଇ କିଟ ନ ଥିବା ଦର୍ଶାଇ ଶୁକ୍ରବାର ବ୍ରହ୍ମପୁରସ୍ଥିତ ହୋମିଓପାଥି କଲେଜ କୋଭିଡ୍‌ କେୟାର ସେଣ୍ଟରରେ ଚିକିତ୍ସାରେ ବିଳମ୍ବ କରାଯିବାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ବ୍ରହ୍ମପୁର ରାଜୀବ ନଗର ଅଞ୍ଚଳର ପଙ୍କଜ ବେହେରା ଜ୍ୱରରେ ପୀଡ଼ିତ ଥିଲେ। ଶୁକ୍ରବାର ପରିବାର ଲୋକେ ତାଙ୍କୁ ସିଟି ହସ୍ପିଟାଲ୍‌କୁ ନେଇଥିଲେ। ପଙ୍କଜଙ୍କୁ ଅକ୍ସିଜେନ୍‌ ଦରକାର ପଡ଼ୁଥିବା କହି ସେଠାରୁ ଡାକ୍ତର ତାଙ୍କୁ ବିଜୁ ପଟ୍ଟନାୟକ ହୋମିଓପାଥି କଲେଜ କୋଭିଡ୍‌ କେୟାର ସେଣ୍ଟରକୁ ପଠାଇ ଦେଇଥିଲେ। କୋଭିଡ୍‌ କେୟାର ସେଣ୍ଟରରେ ପିପିଇ କିଟ୍‌ ନ ଥିବା ଦର୍ଶାଇ ଡାକ୍ତର କିମ୍ବା ନର୍ସ କେହି ହେଲେ ବି ପଙ୍କଜଙ୍କ ପାଖକୁ ଆସି ନ ଥିଲେ। ପରିବାର ଲୋକେ ବାହାରୁ ପିପିଇ କିଟ୍‌ ଆଣି ଦେବା ପରେ ଡାକ୍ତର ଓ ନର୍ସ ଚିକିତ୍ସା କରିବାକୁ ଯାଇଥିଲେ। ହେଲେ ସେତେବେଳକୁ ପଙ୍କଜଙ୍କ ମୃତ୍ୟୁ ଘଟି ସାରିଥିଲା। ଚିକିତ୍ସାରେ ବିଳମ୍ବ କରାଯିବାରୁ ପଙ୍କଜଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ (ସିଡ଼ିଏମପିଏଚଓ) ଉମାଶଙ୍କର ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି, ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଚିକିତ୍ସା ଅବହେଳା ହୋଇଥିବା ଜଣାପଡ଼ିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକୁ ଓହ୍ଲାଇଲେ ଚାଷୀ, ୩୦୦ ୟୁନିଟ୍‌ ବିଦ୍ୟୁତ୍‌ ଛାଡ଼- କଟ୍‌ନି ଛଟ୍‌ନି ବନ୍ଦ ନ କଲେ ଜୋର୍‌ଦାର ହେବ…

ସୋହେଲା,୨୮ା୨(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ଅନ୍ତର୍ଗତ ସୋହେଲାଠାରେ ଶୁକ୍ରବାର ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନର ଆହ୍ବାନ କ୍ରମେ ତହସିଲଦାର ଶୁଭରଞ୍ଜନ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ...

‘ଭଲ ମଣିଷ ହୋଇ ସୁନାମ ଅର୍ଜନ କର’

କୁଚିଣ୍ଡା,୨୮।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ପାରୁଆଭାଡି ପଞ୍ଚାୟତର ରାମତିଲେଇମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ...

ଜାତୀୟ ଶିକ୍ଷାନୀତି ସମ୍ମିଳନୀ ଅନୁଷ୍ଠିତ : ‘ଯେଉଁ ଦେଶର ଶିକ୍ଷାନୀତି ଯେତେ ସୁଦୃଢ଼ ସେ ଦେଶ ସେତେ ବିକଶିତ’

ଭଞ୍ଜନଗର,୨୮।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଶୁକ୍ରବାର ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ବିକଶିତ ଭାରତ...

ଚାର୍ଜ ବେଳେ ଜଳିଗଲା ବ୍ୟାଟେରି ସ୍କୁଟି, ଭିଡିଓ ଦେଖିଲେ…

ବାରଙ୍ଗ,୨୮ା୨(ଲିଙ୍ଗରାଜ ରାଉତ): ଶୁକ୍ରବାର ବାରଙ୍ଗଥାନା ଅଧୀନସ୍ଥ ବଡ଼ମୁଣ୍ଡଳି ଗ୍ରାମରେ ଏକ ବ୍ୟାଟେରି ସ୍କୁଟି ଚାର୍ଜ ବେଳେ ଜଳିଯାଇଛି। ଅକ୍ଷୟ କୁମାର ରାଉତ ନାମକ ଜଣେ ବ୍ୟକ୍ତି...

ଆପାର୍ଟମେଣ୍ଟର ବନ୍ଦ ଘରୁ ମିଳିଲା ବାପା-ଝିଅଙ୍କ ମୃତଦେହ: ଝିଅକୁ ମାରି…

କଟକ, ୨୮।୨: ବନ୍ଦ ଘରୁ ମିଳିଲା ବାପା ଝିଅଙ୍କ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି କଟରେ। କଟକ ସ୍ନେହଲତା ଆପାର୍ଟମେଣ୍ଟରୁ ବାପା ଝିଅଙ୍କ ମୃତଦେହ...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌

ବ୍ରହ୍ମପୁର,୨୮ା୨(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ କରିଛନ୍ତି।...

ବ୍ଲକ କାର୍ଯ୍ୟାଳୟ ଆଗରେ ଏସ୍‌ୟୁସିଆଇର ବିକ୍ଷୋଭ ପ୍ରଦର୍ଶନ

ଭୋଗରାଇ,୨୮।୨(ପ୍ରଦୀପ ଦାସ): ୧୪ ଦଫା ଦାବି ନେଇ ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନ ମଣ୍ଡଳୀର ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଶାଖା ପକ୍ଷରୁ ଶୁକ୍ରବାର ଏକ ବଡ଼ ଧରଣର ବିକ୍ଷୋଭ...

ଉତ୍ତମଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ମନ୍ତ୍ରୀ

ଭୁବନେଶ୍ୱର,୨୮।୨: ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନନ୍ୟ ନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image