Advertisement

ବାହାର କାନ୍ଥରେରଙ୍ଗ ଲଗାଉଥିଲେ

ଘର ଭିତରର ସାଜସଜ୍ଜା ସାଙ୍ଗକୁ ବାହାର କାନ୍ଥରେ କେଉଁ ରଙ୍ଗ ଲଗାଇଲେ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ, ଜାଣନ୍ତୁ ସେ ସମ୍ପର୍କରେ…
ଶାନ୍ତିର ପ୍ରତୀକ ହେଉଛି ଧଳା ରଙ୍ଗ। ଏହା କାନ୍ଥକୁ ଏଲିଗାଣ୍ଟ ଲୁକ୍‌ ଦେଇଥାଏ ଆଉ ସବୁବେଳେ ଫ୍ୟାଶନରେ ରହିଥାଏ। ଘର ବାହାର କାନ୍ଥରେ ଧଳା ରଙ୍ଗ ଲଗାଇଲେ ଘର ମଧ୍ୟକୁ କୌଣସି ନକାରାତ୍ମକ ଊର୍ଜା ସହଜରେ ପ୍ରବେଶ କରିପାରେନା ବୋଲି ବିଶ୍ୱାସ ରହିଛି।
ନୀଳ ରଙ୍ଗ ସ୍ବର୍ଗୀୟ ଊର୍ଜାକୁ ଆକର୍ଷିତ କରେ। ବାହାର କାନ୍ଥରେ ନୀଳ ରଙ୍ଗ ଲଗାଇଲେ ତାହା ସୁନ୍ଦର ଦେଖାଯିବା ସହିତ ଘରକୁ ସବୁବେଳେ ବନ୍ଧୁମାନଙ୍କର ଆଗମନ ହୋଇଥାଏ ବୋଲି ମାନ୍ୟତା ରହିଛି।
ବାସ୍ତୁଶାସ୍ତ୍ର ଅନୁଯାୟୀ, ବାହାର କାନ୍ଥକୁ ପେଣ୍ଟ କରିବା ପାଇଁ ନାରଙ୍ଗି ରଙ୍ଗ ଉତ୍ତମ ହୋଇଥାଏ। ଏହା ଘରର ଶ୍ରୀ ବୃଦ୍ଧି କରିବା ସହିତ ଘରକୁ ସୁଖଶାନ୍ତି ଆଣିଥାଏ ବୋଲି ଲୋକ ବିଶ୍ୱାସ ରହିଛି।
ହଳଦିଆ ରଙ୍ଗକୁ ବାହାର କାନ୍ଥରେ ଲଗାଇବା ଦ୍ୱାରା ଘରେ ସୁଖଶାନ୍ତି ବୃଦ୍ଧି ପାଇବା ସହ କର୍ମକ୍ଷେତ୍ରରେ ଉନ୍ନତି ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
ସବୁଜ ରଙ୍ଗ ସମ୍ପର୍କରେ ନିବିଡ଼ତା ଆଣିଥାଏ। ଘର ବାହାର କାନ୍ଥରେ ଏହି ରଙ୍ଗ ଲଗାଇଲେ ପଡ଼ୋଶୀଙ୍କ ସହ କୁଆଡ଼େ ଉତ୍ତମ ସମ୍ପର୍କ ବଢ଼ିଥାଏ ବୋଲି ମାନ୍ୟତା ରହିଛି। ଏହି କ୍ଷେତ୍ରରେ ଗୋଲାପୀ ରଙ୍ଗର ବି ଅନେକ ମହତ୍ତ୍ୱ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel