ବଡ଼ ବଡ଼ ଅଧିକାରୀଙ୍କ ୟୁଜର ଆଇଡି, ପାସଓ୍ବାର୍ଡ ହ୍ୟାକ କରି ହଡପ କରୁଥିଲେ ଟଙ୍କା: ଏବେ ଧରାପଡିବାରୁ…

କୋରାପୁଟ,୨୧ା୨(ଅମିତାଭ ବେହେରା): କୋରାପୁଟ ତହସିଲଦାରଙ୍କ ୟୁଜର ଆଇଡି ଓ ପାସୱାର୍ଡକୁ ହ୍ୟାକ କରି ଜାଲ ପ୍ରମାଣପତ୍ର ଦେଇ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଟଙ୍କା ହଡପ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ କୋରାପୁଟ ସାଇବର ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା ଅଞ୍ଚଳର ଗଣେଷ ବେହେରା(୧୯)। ତାଙ୍କଠାରୁ ଲ୍ୟାପ୍‌ଟପ୍‌, କମ୍ପ୍ୟୁଟର ମନିଟର, ବହୁ ସିମ୍‌, ଭୋଟର କାର୍ଡ, ଆଧାରକାର୍ଡ ଓ ଜାଲ ପ୍ରମାଣପତ୍ର ଜବତ କରାଯାଇଥିବା ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନ ସୂଚନା ଦେଇଛନ୍ତି।

୨୦୨୪ ଅଗଷ୍ଟ ୨୨ରେ କୋରାପୁଟ ତହସିଲଦାର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ ୧୧/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ତଦନ୍ତ ପରେ ୩ଟି ମୋବାଇଲ, ଗୋଟିଏ ଲ୍ୟାପ୍‌ଟପ୍‌, ଦୁଇଟି କମ୍ପ୍ୟୁଟର ମନିଟର, ଗୋଟିଏ ସିପିୟୁ, ୨ଟି ସିମ, ୨ଟି ଏଟିଏମ୍‌ କାର୍ଡ, ୨୬ ନଂ ଜାଲ ଆଧାରକାର୍ଡ, ମନୋଜ କୁମାର ବେହେରାଙ୍କ ନାମରେ ୨ଟି ପାନକାର୍ଡ, ୩ଟି ଜାଲ ପାନକାର୍ଡ କାଗଜ, ୬ଟି ଭୋଟର କାର୍ଡ, ଜାଲ ରାଶନ କାର୍ଡ ଓ ୫ଟି ପାସବୁକ ଆଦି ଜବତ କରିଛି। ଗଣେଷ ତାଙ୍କ ଭାଇ ମନୋଜଙ୍କୁ ନେଇ ସର୍ଭିସ ପ୍ଲସ ପୋର୍ଟାଲ ଖୋଲି ଜାଲ ଜାତିଗତ ପ୍ରମାଣପତ୍ର, ଲିଗାଲ ପ୍ରମାଣପତ୍ର, ଜାଲ ପ୍ରମାଣପତ୍ର ଓ ବିଭିନ୍ନ ପ୍ରମାଣପତ୍ର ପ୍ରସ୍ତୁତ କରି ହିତାଧିକାରୀଙ୍କୁ ଦେଇ ଜଣଙ୍କଠାରୁ ୧୧୨୫ ଟଙ୍କା ଓ ବ୍ୟାପକ ଟଙ୍କା ଠକେଇ କରୁଥିବା ନେଇ କୋରାପୁଟ ତହସିଲଦାର ଓ ଜିଲାର ବହୁ ବ୍ୟକ୍ତି ସାଇବର ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେଲା ବସନ୍ତ ଉତ୍ସବ

  କୋରାପୁଟ,୧୪।୩(ଅମିତାଭ ବେହେରା): ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଳନ ହେଲା ବସନ୍ତ ଉତ୍ସବ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରୀ-ଛାତ୍ରମାନେ ରଙ୍ଗର ପର୍ବ...

୨୦ ବର୍ଷ ପରେ ମଞ୍ଚ ନାଟକ ମଞ୍ଚସ୍ଥ : ସହରୀ ସଭ୍ୟତାଠାରୁ ଦୂରେଇ ଯାଇନି ମଞ୍ଚ ନାଟକ

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଶୁକ୍ରବାର ନାଟକ ‘ ହଜି ଯାଇଛି ମୁଁ ମୋ ଭିତରେ’ମଞ୍ଚସ୍ଥ ହୋଇଛି। ଏହାକୁ ବରିଷ୍ଠ ଲେଖକ...

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ, ୬୬୦ କେଜି ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଟାଉନ ଥାନା ପୋଲିସ ପଞ୍ଝାରେ ଧରା ପଡ଼ିଲେ ଗଞ୍ଜେଇ ମାଫିଆ। ପୋଲିସ ପାଟ୍ରୋଲିଂ ସମୟରେ ଏହି ଗଞ୍ଜେଇ ଜବତ ହୋଇଛି।...

ପୋଲିସ ଚଢ଼ାଉ : ଦୁଇ ଗିରଫ

ଗୋପାଳପୁର,୧୪।୩(ନବୀନ ରାଜ ଆଚାରୀ): ଶୁକ୍ରବାର ଭୋର ସମୟରେ ମୋରମ ଚୋରା ଚାଲାଣ ବେଳେ ଗୋଳନ୍ଥରା ଥାନା ପୋଲିସ ଚଢାଉ କରି ଦୁଇଟି ଗାଡି ଜବତ କରିବା...

ମଣ୍ଡପ ଦୋଳିରେ ବିଜେ ହେଲେ ଚମ୍ପେଶ୍ୱର ବାବା

ସୋନେପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ପ୍ରସିଦ୍ଧ ଶୈବପୀଠ ଚମ୍ପାମାଳ ଚମ୍ପେଶ୍ବର ମହାଦେବ ଶୁକ୍ରବାର ସାରେ ଭିତିରି ଗମ୍ଭୀରାରୁ ବାହାରି ମଣ୍ଡପ ଦୋଳିରେ ବିଜେ ହୋଇଛନ୍ତି...

ଦିଲ୍ଲୀରେ ନବୀନ, ଓଡ଼ିଶାରେ ଚହଳ, ଆଗକୁ ହେବ କି ବଡ଼ ଡିଲ୍‌!

ଭୁବନେଶ୍ୱର,୧୪।୩: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। କୁହାଯାଉଛି କି ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛନ୍ତି। ଆସନ୍ତା ୨୨...

ବାହାହୋଇ ଫସିଗଲେ ପ୍ରଦୀପ ମାଝୀ, ୧୨ ବର୍ଷ ବାସନ୍ଦ କଲେ ଜାତିଭାଇ

ମାଲକାନଗିରି,୧୪।୩(ନୃସିଂହ ଚରଣ ମହାନ୍ତି):  ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ...

ବିବାଦୀୟ ପରିସ୍ତିତିକୁ ନେଇ ଶାଶନପଲ୍ଲୀ ଅସାନ୍ତ: ପୋଲିସ ପକ୍ଷରୁ ବସିଲା ଶାନ୍ତିକମିଟି

ପୁରୁଷୋତ୍ତମପର,୧୪।୩ (ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାଶନପଲ୍ଲୀ ଗ୍ରାମରେ ଦୀର୍ଘଦିନଧରି ଲାଗିରହିଥିବା ବିବାଦୀୟ ପରିସ୍ତିତିକୁ ନେଇ ସମଗ୍ର ଗ୍ରାମ ଆଶାନ୍ତ ହୋଇପଡଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image