ଖୁବ୍‌ଶୀଘ୍ର ନଜର ଆସିବେ ଏହି ଯୋଡ଼ି

ମୁମ୍ବାଇ: ବଲିଉଡ୍‌ର ସୁପର ପାଓ୍ବାରଫୁଲ୍‌ ଅଭିନେତା ରଣବୀର ସିଂ ଏବେ ଚର୍ଚ୍ଚାରେ। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁଙ୍କ ସହିତ ତାଙ୍କୁ ଦେଖିବାକୁ ମିଳିଛି।

ଏହି ଫଟୋଟି ସାମନ୍ଥା ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ସେ ସୁରକ୍ଷାବଳ ୟୁନିଫର୍ମ ପିନ୍ଧିଥିବା ବେଳେ ରଣବୀର ନୀଳ ରଙ୍ଗର ଶର୍ଟ ପିନ୍ଧି ହସୁଥିବା ନଜର ଆସିଛନ୍ତି। ଏହା ସହିତ ରଣବୀରଙ୍କୁ କ୍ୟାପଶନ୍‌ ଲେଖି ପ୍ରଶଂସା କରିଛନ୍ତି।

ରଣବୀରଙ୍କ ସହ ସାମନ୍ଥାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। କୁହାଯାଉଛି, ରଣବୀର-ସାମନ୍ଥା ଖୁବ୍‌ଶୀଘ୍ର ଏକ ପ୍ରୋଜେକ୍ଟରେ ନଜର ଆସିବେ। ଆଜିକାଲି ସେମାନେ ନିଜ ପ୍ରୋଜେକ୍ଟ ପାଇଁ ଶୁଟିଂ କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ଦୁଇଜଣ ଏକାଠି କାମ କରୁଥିବା ପ୍ରୋଜେକ୍ଟ ବିଷୟରେ କୌଣସି ବିଧିବଦ୍ଧ ଭାବେ ସୂଚନା ଦେଇନାହାନ୍ତି।

Share