ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଗତ କିଛିଦିନର ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ପାରଦ ତଳମୁହାଁ ହେବା ସହ କାକର ପଡ଼ିଛି। ଗଛ ଲତା, ରାତି ବାହାରେ ରଖାଯାଇଥିବା ଗାଡ଼ିମୋଟର ଉପରେ ପତଳା ତୁଷାର ଭଳି କାକର ପଡ଼ିଛି। ପାଣି ଏତେ ଥଣ୍ଡା ଯେ ହାତ ମାରିହେଉନ। ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ର ସହାୟତା ନେଉଛନ୍ତି। କାମ ଧନ୍ଦାକୁ ଯିବା କଷ୍ଟକର ହୋଇ ପଡୁଛି। ସକାଳ ୮ଟା ପରେ ଖରା ପଡୁଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଯାତ୍ରୀ, ପଥଚାରୀଙ୍କ ପାଇଁ ଅସ୍ଥାୟୀ ରାତ୍ରି ଆଶ୍ରୟସ୍ଥଳୀ କରାଯାଇଛି। କୌଣସି ଲୋକ ଯେମିତି ଶୀତରେ ରାତିରେ ବାହାରେ ରହିବେନି ସେ ସମ୍ପର୍କରେ ପ୍ରଶାସନ ତଦାରଖ କରୁଛି।