ଭୁବନେଶ୍ୱର,୧୩।୧(ବ୍ୟୁରୋ): ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲାରେ ଘନ କୁହୁଡ଼ି ଦେଖାଦେଇଥିବା ବେଳେ ଟୁଇନ୍ ସିଟିରେ ବି ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଏପରିକି ୨୦ରୁ ୩୦ ମିଟର ମଧ୍ୟରେ ବି ମୁହଁକୁ ମୁହଁ ଦିଶୁନି। ଫଳରେ ଯାତାୟାତ ଏବଂ ଗାଡ଼ି ଚଳାଚଳରେ ସମସ୍ୟା ଉପୁଜିଛି।
ଏତଦ୍ବ୍ୟତୀତ ଆଜି କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କଟକ, ନୟାଗଡ଼ ଓ କନ୍ଧମାଳ ଜିଲାରେ ମଧ୍ୟ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି।
୪ ଦିନ ଧରି ଶୀତରେ ରାଜ୍ୟବାସୀ ଥରିବା ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ରାତି ତାପମାତ୍ରା ବଢ଼ିବ ଏବଂ ଶୀତ କମିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।