Categories: ଜାତୀୟ

ଭଗବାନଙ୍କ ଘରୁ ଚୋରି କରୁଥିବାବେଳେ ଚୋର ସହ ଘଟିଲା ଏମିତି

କୋଟା, ୭।୮: ରାଜସ୍ଥାନର କୋଟା ଜିଲାର ଭଟାଓ୍ବା ଅଞ୍ଚଳରେ ଥିବା ଅଖାଡା ବାଲାଜୀ ମନ୍ଦିରରୁ ଚୋରି ହୋଇଛି। ମନ୍ଦିରର ଦାନବାକ୍ସରୁ ବଡ ରକମର ରାଶି ଚୋରି ହୋଇଛି। ମନ୍ଦିର ପରିସରରେ ଲଗାଇଯାଇଥିବା ସିସିଟିଭିରୁ ଚୋରି ବେଳରୁ ଦୃଶ୍ୟ କଏଦ ହୋଇଯାଇଛି। ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଚୋର ବିଜୁଳି ବଲ୍‌ବର ହୋଲ୍ଡର ଭାବି ସେ ଚୋରି କରିଥିଲେ। ଏପଟେ ସମସ୍ତ ଘଟଣାରେ ସିସିଟିଭିରେ କଏଦ ହୋଇଯାଇଥିଲା। ସୂଚନାଯୋଗ୍ୟ, ଚୋର ଜଣଙ୍କ ମନ୍ଦିର ପରିସରରେ ଲାଗିଥିବା ୫ରୁ ୪ଟି ସିସିଟିଭି କ୍ୟାମେରାର ତାର କାଟି ଦେଇଥିଲେ। କିନ୍ତୁ ଯେଉଁ ସିସିଟିଭି କ୍ୟାମେରାକୁ ବିଜୁଳି ବଲ୍‌ବର ହୋଲ୍ଡର ଭାବି ଛାଡି ଦେଇଥିଲେ ସେହି କ୍ୟାମେରାରେ ହିଁ ଚୋରି କରୁଥିବା ଧଡାପଡିଛି। ରାତି ପ୍ରାୟ ୧୧.୩୦ରୁ ୧୨ ଭିତରେ ସେ ଏହି କାର୍ଯ୍ୟ କରିଥିଲେ। ଦାନବାକ୍ସରେ ଥିବା ଗତ ଦେଢ ମାସର ଟଙ୍କା ଚୋରି ହୋଇଛି। ତେବେ କେତେ ଟଙ୍କା ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଭଗବାନ ଶ୍ରରାମଙ୍କ ଭୂମି ପୂଜନ ଦିନ ହଜାର ହଜାର ଭକ୍ତ ବାଲାଜୀ ମନ୍ଦିର ଆସି ଦୀପ ଜାଳିଥିଲେ। ଭକ୍ତମାନେ ବହୁ ଅର୍ଥ ଦାନ କରିଥିବା ଅନୁମାନ କରାଯାଉଛି। ସେ ସମସ୍ତ ଅର୍ଥ ମଧ୍ୟ ଚୋର ହଡପ କରିଥିବା ଗ୍ରାମବାସୀ କହିଛନ୍ତି।

Share