ପୋଲିସ ୟୁନିଫର୍ମରେ ଆସି ଟଙ୍କା ସୁନା ଗହଣା ଲୁଟି ନେଲେ ଚୋର…

ଇସଲାମାବାଦ,୨।୧୨ : ପୋଲିସ ୟୁନିଫର୍ମ ପିନ୍ଧିଥିବା ଚୋର ପାକିସ୍ତାନର କରାଚି ସହରର ଗୁଲଶାନ-ଇ-ମାୟମାର ଅଞ୍ଚଳରେ ଅନେକ ଘର ଲୁଟି ନେଇଛନ୍ତି। ଲାହୋରର ଗୁରୁ ନାନକ ପ୍ରକାଶ ପର୍ବରେ ଯୋଗଦେବାକୁ ଯାଇଥିବା ଭାରତୀୟ ଶିଖ କାନୱାଲ ଜିତ ସିଂ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପୋଲିସ ୟୁନିଫର୍ମ ପରିଧାନ କରିଥିବା ଚୋରମାନେ ଲୁଟ କରିଥିଲେ।

କରାଚିରୁ ପୀଡିତଙ୍କ ପରିବାର ଅନୁଯାୟୀ, ଚୋରମାନେ ସିନ୍ଧ ପୋଲିସ କର୍ମଚାରୀଙ୍କ ୟୁନିଫର୍ମରେ ଏବଂ ସାଦା ପୋଷାକରେ ଥିଲେ। ସୁନା, ଅଳଙ୍କାର, ମୋବାଇଲ ଫୋନ ଏବଂ ନଗଦ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟ କରିଥିଲେ।

ଚୋରମାନେ ଗୋଟିଏ ଘର ପରେ ଅନ୍ୟ ଘରଗୁଡିକୁ ମଧ୍ୟ ଟାର୍ଗେଟ କରିଥିଲେ ଏବଂ ସାମଗ୍ରୀ ସହିତ ସିସିଟିଭି ଫୁଟେଜ ମଧ୍ୟ ନେଇଯାଇଥିଲେ। ଗତ ମାସରେ ସୁରଜନ ସହରରୁ ସମାନ ଘଟଣାରେ କରାଚି ପୋଲିସ ଦୁଇ ଅପରାଧୀଙ୍କୁ ଗିରଫ କରିଥିଲା।

ବରିଷ୍ଠ ପୋଲିସ ଅଧୀକ୍ଷକ ମେହରୋଜ ଅଲି କହିଛନ୍ତି ଉଭୟ ଏକ ୬ଜଣିଆ ଗ୍ୟାଙ୍ଗର ସଦସ୍ୟ, ଯେଉଁମାନେ ପୋଲିସ ୟୁନିଫର୍ମ ପିନ୍ଧି ଡକାୟତି କରିଥିଲେ। ସୂଚନାଯୋଗ୍ୟ ନିକଟରେ ପୋଲିସ ୟୁନିଫର୍ମରେ ଥିବା ଚୋରମାନେ ଏକ ଶିଖ ପରିବାରକୁ ମଧ୍ୟ ଲୁଟ କରିଥିଲେ।

Share