ନକଲି ବନ୍ଧୁକ ଧରି ଚୋରି କରିବାକୁ ଆସିଥିଲେ ଦୁର୍ବୃତ୍ତ, ନିର୍ଧୂମ ଛେଚିଲେ ଗ୍ରାମବାସୀ

ମାଲକାନଗିରି,୭ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ପଦ୍ମଗିରି ପଞ୍ଚାୟତରେ ବୁଧବାର ବିଳମ୍ବିତ ରାତିରେ ସୀମାନ୍ତ ଛତିଶଗଡ଼ ରାଜ୍ୟର କିଛି ଚୋର ଗାଁକୁ ଚୋରି କରିବା ଉଦ୍ଦେଶ୍ୟରେ ପଶି ଆସିଥିଲେ। ଚୋରମାନେ ପଦ୍ମଗିରି ଗ୍ରାମରେ ପଶି ଚୋରି କରିବାକୁ ଯାଉଥିବା ବେଳେ ଗ୍ରାମର କିଛି ଲୋକ ଏହି ଚୋର ଗ୍ୟାଙ୍ଗକୁ ଦେଖି କାବୁ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେହି ଚୋରମାନଙ୍କ ନିକଟରେ ବନ୍ଧୁକ ଥିବାରୁ ସେମାନେ ଦେଖାଇ ଖସି ଯିବାକୁ ଚେଷ୍ଟା କରିଥିଲେ। ୭ ଚୋରଙ୍କ ମଧ୍ୟରୁ ୪ ଜଣ ଖସି ପଳାଇ ଥିବା ବେଳେ ୩ ଜଣ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଗ୍ରାମବାସୀ ସେହି ୩ ଜଣଙ୍କୁ ଅଟକାଇ ନିର୍ଧୂମ ପିଟିବା ସହ ସେମାନଙ୍କ ନିକଟରେ ଥିବା ୩ଟି ବନ୍ଧୁକ ଜବତ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ବନ୍ଧୁକଗୁଡ଼ିକ ନକଲି ବୋଲି ଜାଣିବାକୁ ପାଇଥିଲା। ପରେ ସେହି ଚୋରମାନଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରୁଛି।