Categories: ଜାତୀୟ

ଚୋରି କରିବାକୁ ଯାଇ AC ପବନରେ ଶୋଇପଡ଼ିଲା ଚୋର, ନିଦରୁ ଉଠାଇଲା ପୋଲିସ

ଉତ୍ତରପ୍ରଦେଶ, ୩।୬: ଦେଶରେ ଏବେ ଅତ୍ୟଧିକ ଗରମ ହେଉଥିଲା ବେଳେ ଲୋକମାନେ ଟିକିଏ ଥଣ୍ଡା ପବନ ପାଇଁ ଏସି ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏହି ଏସି ଏବେ ଜଣେ ଚୋର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ରବିବାର ଲକ୍ଷ୍ନୌର ଜଣେ ବ୍ୟକ୍ତିଙ୍କ ଘର ଲୁଟ୍ କରିବା ଉଦେଶ୍ୟରେ ପ୍ରବେଶ କରି ଘରର ଚଟାଣରେ ଶାନ୍ତିରେ ଶୋଇଥିବା ଜଣେ ଚୋରକୁ ଗିରଫ କରିଛି ପୋଲିସ।

ପୋଲିସର ସୂଚନାନୁସାରେ, ବ୍ୟକ୍ତି ଜଣକ ଅତ୍ୟଧିକ ମଦ୍ୟପାନ କରିଥିଲା ବେଳେ ଘର ଭିତରକୁ ପ୍ରବେଶ କରିବା ପରେ ଏୟାର କଣ୍ଡିସନର(ଏସି) ଦେଖି ଏହାକୁ ଅନ୍ କରି ଶୋଇପଡିଥିଲେ। ରବିବାର ସକାଳେ ଉକ୍ତ ବ୍ୟକ୍ତି ଲକ୍ଷ୍ନୌର ଇନ୍ଦିରାନଗର ଅଞ୍ଚଳରେ ଥିବା ଘରେ ପ୍ରବେଶ କରିବା ସମୟରେ ଏହି ଘଟଣା ଘଟିଥିଲା। ଏହି ଘରେ ରହୁଥିବା ଡାକ୍ତର ସୁନୀଲ ପାଣ୍ଡେଙ୍କର ଥିଲା, ଯିଏ ବାରାଣାସୀରେ ନିଯୁକ୍ତ ଅଛନ୍ତି। ଘଟଣା ସମୟରେ ସେ ଦୂରରେ ଥିଲେ। ଘର ଖାଲି ପାଇ ଚୋର ଘରର କବାଟ ଖୋଲି ଭିତରକୁ ପଶିଯାଇଥିଲା।

ଘରର ଭିତରକୁ ଯିବା ପରେ ବ୍ୟକ୍ତି ଜଣକ ଏୟାର କଣ୍ଡିସନରକୁ ଦେଖି ଏହାକୁ ଚଲାଇଥିଲେ। ତା’ପରେ, ସେ ଆରାମରେ ଚଟାଣରେ ସୋଇପଡ଼ିଥିଲେ। ତେବେ ଘର କବାଟ ଖୋଲା ଥିବା ଦେଖି ଡାକ୍ତର ପାଣ୍ଡେଙ୍କ ପଡ଼ୋଶୀମାନେ ତାଙ୍କୁ ଜଣାଇଥିଲେ। ତେବେ ସେ ସେହି ସମୟରେ ଲକ୍ଷ୍ନୌରେ ନ ଥିବାରୁ ସେ ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିଥିଲେ ଯେ ବ୍ୟକ୍ତି ଜଣକ ଏସି ଅନ୍ କରି ଆରାମରେ ଶୋଇଛନ୍ତି। ଏହି ସମୟରେ ପୋଲିସ ଉଠାଇଥିବା ଫଟୋରେ ଚୋର ଡାହାଣ ହାତରେ ଏବଂ ଗଭୀର ନିଦ୍ରାରେ ମୋବାଇଲ୍ ଫୋନ୍ ଧରିଥିବାର ଦେଖାଯାଏ।

ଡିସିପି ଉତ୍ତର ଜୋନ୍ ଆର ବିଜୟ ଶଙ୍କର କହିଛନ୍ତି ଯେ ବ୍ୟକ୍ତି ଜଣକ ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲେ କିନ୍ତୁ ଦୁର୍ଭାଗ୍ୟରୁ ଶୋଇପଡିଥିଲେ ଯେ ଆଉ ଉଠି ପାରି ନଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା।” ଏହି ମାମଲାରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

Share