ଚୋରି କରିବାକୁ ଚୋରମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ମାତ୍ର କିଛି ତରିକା ଏମିତି ଭୁଲ୍ ହୋଇଥାଏ, ଯାହାଦ୍ୱାରା ଚୋର ଧରା ପଡ଼ିବା ସହ ଜେଲ୍ ଯିବାକୁ ବି ପଡ଼ିଥାଏ। ଠିକ୍ ଏମିତି ଏକ ଘଟଣା ଘଟିଛି ମେକ୍ସିକୋରେ।
ଏକ ରିପୋର୍ଟ ଅନୁଯାୟୀ, ଚୋରି କରିବା ଉଦ୍ଦେଶ୍ୟରେ ଚୋର ଜଣକ ମେକ୍ସିକୋ ସହରରେ ଥିବା ଜଣେ ଲୋକଙ୍କ ଘରେ ପଶିଥିଲୋ। ମାତ୍ର ଭିତରକୁ ଯିବା ପାଇଁ ରେଲିଂରେ ମୁଣ୍ଡ ଗଳାଇବା ସମୟରେ ମୁଣ୍ଡ ଫସିଗଲା। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ମୁଣ୍ଡ ବାହାରି କରିପାରି ନ ଥିଲେ। ପ୍ରାୟ ୩ ଘଣ୍ଟା ରେଲିଂରେ ଫସି ରହିଥିଲେ।
ନିକଟରେ ଥିବା ଲୋକେ କହିଛନ୍ତି, ଚୋର ଜଣକ ବାହାରିବା ପାଇଁ ବହୁତ ଚେଷ୍ଟା କରିଥିଲେ। ମାତ୍ର ରେଲିଂରୁ ମୁଣ୍ଡ ବାହାର କରିପାରି ନ ଥିଲେ। ଫଳରେ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରଙ୍କ ଏପରି ଅବସ୍ଥା ଦେଖି ଘାବରାଇ ଯାଇଥିଲା। ଚୋରଙ୍କ ଗୋଟିଏ ହାତ ଏବଂ ମୁଣ୍ଡ ରେଲିଂରେ ଓହଳି ରହିଥିଲା। ଏଥିପାଇଁ ପୋଲିସକୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଶେଷରେ ରେଲିଂକୁ କଟର ସାହାଯ୍ୟରେ କାଟି ମୁଣ୍ଡ ବାହାର କରି ହାତରେ ହାତକଡ଼ି ପକାଇ ଥାନାକୁ ନେଇଯାଇଛି ପୋଲିସ।