Categories: ଜାତୀୟ

ବର କନ୍ୟା ସହ ଫଟୋ ଉଠାଇ ଟଙ୍କା ବ୍ୟାଗ୍‌ ଧରି ଛୁ

ଗ୍ବାଲିୟର(ମଧ୍ୟପ୍ରଦେଶ),୧୩।୨: ଜଣେ ଚୋର ଷ୍ଟେଜରେ ଚଢ଼ି ବର କନ୍ୟାଙ୍କ ସହ ନିକଟ ସମ୍ପର୍କୀୟଙ୍କ ଭଳି ଫଟୋ ଉଠାଇଥିଲେ। ତା’ ପରେ ଟଙ୍କା ଓ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଗ୍ବାଲିୟର ସହରରୁ।

ଭାଇରାଲ ଭିଡିଓରେ ଅଭିଯୁକ୍ତ କଳା ପୋଷକ ଓ ମାସ୍କ ପିନ୍ଧିଛନ୍ତି। ସେ ସୁନା ଗହଣା ବ୍ୟାଗ ଧରି ବିନା କୌଣସି ବାଧାରେ ବିବାହ କାର୍ଯ୍ୟକ୍ରମରୁ ଚାଲି ଯାଇଥିବା ଦେଖିବାକୁ ମିଳୁଛି।

ଅଭିଯୋଗକାରୀ ହର୍ଶା ବଂସଲ କହିଥିଲେ, ସେ ବର କନ୍ୟାଙ୍କ ପାଖକୁ ଯାଇ ଫଟୋ ଉଠାଇବା ପାଇଁ ସେମାନଙ୍କ ପଛ ପଟେ ବ୍ୟାଗ ରଖିଥିଲେ। ସେଥିରେ ୧ ଲକ୍ଷ ଟଙ୍କା ଓ ୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଥିଲା। ଚୋରି ହୋଇଥିବା ସମସ୍ତ ସୁନାଗହଳା ବର କନ୍ୟାଙ୍କର ଥିଲା ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ମ୍ୟାରେଜ ହଲ ଓ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କ ପରିଚୟ ଖୋଜା ଚାଲିଛି ବୋଲି ଏଏସ୍‌ପି ରାଜେଶ ଦାନଦୋତିୟା କହିଛନ୍ତି।

Share