Categories: ଫୁରସତ

ଭାଗ୍ୟ ବଦଳାଇବ ଫୁଲ

ଫୁଲର ସୌନ୍ଦର୍ଯ୍ୟ କାହାକୁ ବା ଆକର୍ଷିତ ନ କରେ। ବିଶେଷକରି ଗୋଲାପ ଫୁଲ, ଯାହାକୁ କି ସ୍ନେହ ଓ ପ୍ରେମର ପ୍ରତୀକ ବୋଲି କୁହାଯାଏ। ଗୋଲାପ ଫୁଲ କେବଳ ସୁନ୍ଦର ଲାଗେ ତାହା ନୁହେଁ, ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ଫୁଲ ସୁଖସମୃଦ୍ଧି ବୃଦ୍ଧି କରିବାରେ ବି ବିଶେଷ ସହାୟକ ହୋଇଥାଏ। ଯଥା: ଘରେ ଯଦି ଅଭାବ ଲାଗି ରହୁଥାଏ, ତା’ହେଲେ ପ୍ରତି ଶୁକ୍ରବାର ଦିନ ପାନପତ୍ରରେ ପାଞ୍ଚଟି ଗୋଲାପ ଫୁଲର ପାଖୁଡ଼ା ରଖି ମା’ଦୁର୍ଗାଙ୍କୁ ଅର୍ପଣ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ଅଛି। ଅନ୍ୟପକ୍ଷେ ଘରର ଦକ୍ଷିଣ-ପଶ୍ଚିମ କୋଣରେ ଯଦି ପ୍ରତିଦିନ କିଛି ସତେଜ ନାଲି ଗୋଲାପ ଫୁଲକୁ ଫୁଲଦାନୀରେ ରଖି ଘର ସଜାଯାଏ ତା’ହେଲେ ଘରେ ସକାରାତ୍ମକ ଉର୍ଜ୍ଜା ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି। କେବଳ ଗୋଲାପ ଫୁଲ କାହିଁକି ଘରେ ମନ୍ଦାର ଫୁଲ ଥିଲେ ବି ସୁଖଶାନ୍ତି ବୃଦ୍ଧି ହୋଇଥାଏ ବୋଲି କୁହାଯାଏ। ବିଶେଷକରି ନାଲି ରଙ୍ଗର ମନ୍ଦାର ଫୁଲ ମଙ୍ଗଳ ଦୋଷ ଦୂର କରିବାରେ ସହାୟକ ହୋଇଥାଏ। ସେହିପରି ଅପରାଜିତା ଫୁଲ ଘରେ ରଖିଲେ ଦେବ ଦେବ ମହାଦେବ ଓ ମାତା ସତୀଙ୍କର କରୁଣା ମିଳିଥାଏ ବୋଲି ବିଶ୍ୱାସ ରହିଛି।

Share