ଭାବି ବୋହୂଙ୍କ କେଦାରନାଥ ଦର୍ଶନ କଲେ ମୁକେଶ ଅମ୍ବାନୀ: ଦାନ ଦେଲେ ଏତିକି ଟଙ୍କା

ନୂଆଦିଲ୍ଲୀ,୧୨।୧୦:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ମୁଖ୍ୟ ତଥା ଶିଳ୍ପପତି ମୁକେଶ ଅମ୍ବାନୀ ଗୁରୁବାର ବଦ୍ରିନାଥ ଏବଂ କେଦାରନାଥ ଦର୍ଶନ କରିଛନ୍ତି। ଏହି ସମୟରେ ଭାବି ବୋହୂ ତଥା ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟ ଏବଂ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ଉପସ୍ଥିତ ଥିଲେ। ଅମ୍ବାନୀ ପରିବାର ମନ୍ଦିରରେ ସ୍ବତନ୍ତ୍ର ପ୍ରାର୍ଥନା କରିଥିଲେ। ଏହା ପରେ ଅମ୍ବାନୀ ପରିବାର ମଧ୍ୟ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (ବି.କେ.ଟି.ସି) କୁ ୫ କୋଟି ଟଙ୍କାର ଚେକ ଦାନ କରିଛନ୍ତି। ବଦ୍ରିନାଥ ଏବଂ କେଦାରନାଥରେ ପହଞ୍ଚିବା ପରେ ବିକେଟିସି ମୁକେଶ ଅମ୍ବାନୀଙ୍କୁ ସ୍ବାଗତ କରିଥିଲେ। ଅମ୍ବାନୀ ପ୍ରଥମେ ବଦ୍ରିନାଥ ଏବଂ ପରେ କେଦାରନାଥ ଧାମରେ ପହଞ୍ଚିଥିଲେ।

Share