Categories: ଜାତୀୟ

ଭାରତରୁ ଖ୍ରୀଷ୍ଟିଆନ ଧର୍ମକୁ ଶେଷ କରିବା ନେଇ ଚିନ୍ତା କରିବା ଏକ ବଡ଼ ଭୁଲ: ଆର୍କବିଶପ କ୍ଲେମିସ…

ଥିରୁଭାନନ୍ତପୁରମ,୯।୭ : ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ କେରଳ କ୍ୟାଥୋଲିକ ବିଶପ ପରିଷଦର ସଭାପତି କାର୍ଡିନାଲ ମାର୍‌ ବାସିଲିଓସ କ୍ଲେମିସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏଥି ସହିତ ସେ କହିଛନ୍ତି ଭାରତରୁ ଖ୍ରୀଷ୍ଟିଆନ ଧର୍ମକୁ ହଟାଇ ପାରିବେ ବୋଲି କେହି ଭାବିବା ଉଚିତ ନୁହେଁ। ରବିବାର ମଣିପୁର ପ୍ରସଙ୍ଗରେ କଂଗ୍ରେସ ବିଧାୟକଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭାରେ ସିରୋ-ମାଲକାନାର କ୍ୟାଥୋଲିକ ଚର୍ଚ୍ଚର ଆର୍କବିଶପ କାର୍ଡିନାଲ ମାର୍‌ ବେସେଲିଓସ କ୍ଲେମିସ ଏହା କହିଛନ୍ତି।
ହିଂସା ପ୍ରଭାବିତ ମଣିପୁରରେ ତୁରନ୍ତ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ରର ହସ୍ତକ୍ଷେପ ଦାବି କରି ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିବାକୁ କ୍ଲେମିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିବା ଉଚିତ। ଭାରତରେ ଗଣତନ୍ତ୍ର ଅକ୍ଷୁର୍ଣ୍ଣ ବୋଲି ବିଶ୍ୱକୁ ଏକ ବାର୍ତ୍ତା ଦେବା ତାଙ୍କ ପାଇଁ ଏହା ହେଉଛି ସର୍ବୋତ୍ତମ ସୁଯୋଗ।

ଆର୍କବିଶପ କ୍ଲେମିସ କହିଛନ୍ତି ଆମର ସମ୍ବିଧାନ ସମସ୍ତଙ୍କୁ ନିଜ ପସନ୍ଦର ଧର୍ମ ଗ୍ରହଣ କରିବାକୁ ଅଧିକାର ଦେଇଛି। ଏହି ଅଧିକାରକୁ କାହିଁକି ଲୁଚା ଯାଉଛି? ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ଏହାର ନିରବତାକୁ ଭାଙ୍ଗିବା ହସ୍ତକ୍ଷେପ କରିବ ଜରୁରୀ।

କ୍ଲେମିସ ପ୍ରଶ୍ନ କରିଛନ୍ତି ମଣିପୁରରେ ୬୫ ଦିନ ଧରି ଦୁଇ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ଚାଲିଛି, ସର୍ଜିକାଲ ଷ୍ଟ୍ରାଇକ ପାଇଁ ଜଣାଶୁଣା ସରକାର କାହିଁକି ଏହି ଦଙ୍ଗାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି? କେରଳର ଅନ୍ୟ ଖ୍ରୀଷ୍ଟିଆନ ବିଶପ ଏହି ଘଟଣାରେ କେନ୍ଦ୍ରର ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।

 

Share