ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନା ଏବଂ ନବ ଦାସଙ୍କୁ ହତ୍ୟା କରାଯାଇଥିବା ବ୍ରଜରାଜନଗରସ୍ଥିତ ଗାନ୍ଧୀ ଛକରେ ପହଞ୍ଚତ୍ ଛାନ୍‌ଭିନ କରିଛି।

ପୂର୍ବାହ୍ନ ପ୍ରାୟ ୧୦ଟା ୫୫ ମିନିଟ୍‌ରେ ଗାନ୍ଧୀ ଛକଠାରେ ଟିମ୍‌ ପହଞ୍ଚତ୍ ଥିଲା। ସେଠାରେ ମାତ୍ର ୧୦ ମିନିଟ ରହି ଗୋପାଳ ଦାସଙ୍କ ଭାଇ ହୋଟେଲ କରିଥିବା ଘର ମାଲିକ ଏବଂ ପାର୍ଶ୍ୱବର୍ତ୍ତୀ ଦୋକାନରେ ପଚରାଉଚରା କରିଥିଲା। ପରେ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ଥିଲା କ୍ରାଇମବ୍ରାଞ୍ଚ ଟିମ୍‌। ମୁଖ୍ୟ ଡାକ୍ତରଖାନାର ତତ୍କାଳୀନ ସିଡିଏମ୍‌ଓ ଡୋଳାମଣି ପଟେଲଙ୍କୁ ନବ ଦାସ ହତ୍ୟାକାଣ୍ଡ ଦିନର ସମସ୍ତ ତଥ୍ୟ ପଚାରିବା ପରେ ୧୬୧ରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।

ଏହାପରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ବିଜୟ ମଲ୍ଲିକ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ନବ ଦାସଙ୍କ ପରିବାରକୁ ଯାହା ପ୍ରଶ୍ନ ପଚାରିଥିଲୁ ସବୁ ପ୍ରଶ୍ନର ସନ୍ତୋଷ ମୂଳକ ଉତ୍ତର ଦେଇଥିଲେ। ସେମାନେ ଆମକୁ ଏହି ଘଟଣାର ତଦନ୍ତ ପାଇଁ ସାହାଯ୍ୟ କରୁଛନ୍ତି। ତତ୍କାଳୀନ ସିଡିଏମ୍‌ଓ ଡୋଳାମଣିଙ୍କୁ ମଧ୍ୟ ଏ ସମ୍ପର୍କରେ ସମସ୍ତ ପ୍ରଶ୍ନ ପଚାରି ୧୬୧ରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ଆଗକୁ ନବ ଦାସଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ ମଧ୍ୟ ବୟାନ ରେକର୍ଡ ହେବ ବୋଲି ମଲ୍ଲିକ କହିଥିଲେ।

ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ ମଲ୍ଲିକ କହିଥିଲେ ଯେ ଝାରସୁଗୁଡ଼ା ବିମାନ ବନ୍ଦରରେ ନବ ଦାସଙ୍କୁ ଏୟାର ଲିଫ୍ଟ କରିବା ସମୟର ସମସ୍ତ ତଥ୍ୟ ମଗାଯାଇଛି, ତାହା ନେଇ ଯିବୁ। ଆମେ ତଦନ୍ତ ପ୍ରକ୍ରିୟାରେ ନୂତନ ପ୍ରମାଣ ଯୋଗାଡ଼ କରିବାକୁ ଏହି ଅତିରିକ୍ତ ତଦନ୍ତ ଚାଲିଛି ଏବଂ ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିବ ଆମେ ମଧ୍ୟ ଜାଣି ନାହୁଁ ବୋଲି କହିଥିଲେ। ମଲ୍ଲିକ ଆହୁରି କହିଥିଲେ ଯେ ନବ ଦାସଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି।

ସେ ଗୁଳି ନ ପାଇଲେ କହିହେବ ନାହିଁ ଯେ ତାହା ପୋଲିସର ଗୁଳି ନା ଆଉ କାହାର। ତେଣୁ ନବ ଦାସଙ୍କ ହତ୍ୟା ଗୋପାଳ ଦାସଙ୍କ ଗୁଳିରେ ହୋଇଥିଲା ନା ଆଉ କାହା ଗୁଳିରେ। ଇସିଜି ରିପୋର୍ଟ କୋର୍ଟରେ ପୂର୍ବରୁ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଦେଇ ନ ଥିବା ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ ଯେ, ଡକ୍ୟୁମେଣ୍ଟ ଭେରିଫିକେଶନ ହେବା ପରେ ଏହାର ଉତ୍ତର ଦିଆଯିବ। ବର୍ତ୍ତମାନ କୌଣସି ଡକ୍ୟୁମେଣ୍ଟ କିମ୍ବା ସାମଗ୍ରୀ ସିଜ୍‌ କରାଯାଇନାହିଁ, ଦରକାର ପଡିଲେ ସିଜ୍‌ କରିବୁ ବୋଲି ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ବରଯାତ୍ରୀ ଗାଡ଼ି: ଡ୍ରାଇଭର ମୃତ, ୬ ଗୁରୁତର

କୋକସରା,୨୧ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ନଂ. ଜାତୀୟ ରାଜପଥର କଳାହାଣ୍ଡି ଜିଲା କୋକସରା ଥାନା ଚିଲିଗୁଡା ଗାଁ ନିକଟରେ ଶୁକ୍ରବାର ଏକ ବରଯାତ୍ରୀ ଗାଡି ଭାରସାମ୍ୟ...

କର୍ତ୍ତବ୍ୟରେ ଅବହେଳା: ୫ ଶିକ୍ଷକଙ୍କ ଦରମା ବନ୍ଦ

ଲାଞ୍ଜିଗଡ଼,୨୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ କାର୍ଯ୍ୟରେ ଅବହେଳା କାରଣରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ୫ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହିତ...

କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ସ୍ବାସ୍ଥ୍ୟ ପରୀକ୍ଷା କଲେ…

କର୍ଲାମୁଣ୍ଡା,୨୧।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶୁକ୍ରବାର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।...

ବିଦେଶୀମାନଙ୍କୁ ବେଆଇନ ସିମ କାର୍ଡ ବିକ୍ରି, ଗୋପାଳପୁର ପୋର୍ଟ କର୍ମଚାରୀ ସମେତ ୨ଗିରଫ

ଛତ୍ରପୁର,୨୧।୩(ସନ୍ତୋଷ ପାଢ଼ୀ ): ଗୋପାଳପୁର ପୋର୍ଟକୁ ଜାହାଜରେ ଆସୁଥିବା ବିଦେଶୀମାନଙ୍କୁ ବେଆଇନ ଭାବେ ସିମ ବିକ୍ରି ମାମଲାରେ ଗଞ୍ଜାମ ଜ଼ିଲା ଆର୍ଯ୍ୟପଲ୍ଲୀ କତୁରୁ ଅଞ୍ଚଳର ଦୁଇଜଣ...

ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ଦବଙ୍ଗଗିରି, ଚାଷୀଙ୍କୁ ମାରପିଟ୍‌, ଚାପା ଉତ୍ତେଜନା

ବରଗଡ଼, ୨୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଜରିମୂଲି ଗ୍ରାମରେ ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ସମୟରେ ବିଦ୍ୟୁତ ବିଭାଗର ଜଣେ କନିଷ୍ଠ...

୧୭ ବର୍ଷ ପରେ ଧରିଲା ଭିଜିଲାନ୍ସ

ବଲାଙ୍ଗୀର,୨୧।୩(ସୁନୀଲ କୁମାର ମହାନ୍ତି): ୧୭ ବର୍ଷ ପରେ ଗିରଫ ହେଲେ ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ଭୂଅର୍ଜନ ଅଧିକାରୀ ବିନାୟକ ଗଡ଼ନାୟକ। ୨୦୦୮ ମସିହାରେ ଗଡ଼ନାୟକଙ୍କ...

୧୧ଦିନ ପରେ ମିଳିଲା ନିଖୋଜ ଶିଶୁର ମୃତ ଶରୀର ଠାବ କଲା ପୋଲିସ

ରାୟଗଡା,୨୧।୩( ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ୧୫ନମ୍ବର ୱାର୍ଡ ଘାଗୁଡିମାଳ ଗ୍ରାମର ଏକ ୧୩ମାସର ଶିଶୁ ପୁତ୍ରର ମୃତ...

କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ

ଭୁବନେଶ୍ୱର,୨୧।୩: ବଡ଼ କଂଗ୍ରେସ ନେତାଙ୍କ ପରଲୋକ। ଆଳି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷରେ ତାଙ୍କର ମୃତ୍ୟୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image