ରବିବାରଠାରୁ କରୋନା ଟିକାର ତୃତୀୟ ଡୋଜ୍‌…

ନୂଆଦିଲ୍ଲୀ, ୯।୪ : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାର ତୃତୀୟ ଡୋଜ୍‌ ପ୍ରଦାନ ଆରମ୍ଭ ହେବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ପ୍ରତିଷେଧକ ଡୋଜ୍‌( ପ୍ରିକ୍ୱେଶନ ଡୋଜ୍‌) ଭାବେ ନାମିତ କରାଯାଇଛି।

ସ୍ବାସ୍ଥ୍ୟକର୍ମୀ ଏବଂ ୬୦ ବୟସରୁ ଅଧିକ ବୟସ୍କଙ୍କୁ ଏହା ମାଗଣାରେ ଦିଆଯିବ। ମାତ୍ର ଅନ୍ୟମାନଙ୍କୁ ଏଥିପାଇଁ ଆବଶ୍ୟକ ଦେୟ ପୈଠ କରିବାକୁ ପଡ଼ିବ। ଏହା ଘରୋଇ ହସ୍ପିଟାଲରେ ଦିଆଯିବ। ୧୮ ବୟସରୁ ଅଧିକ ବୟସ୍କ ଯେଉଁମାନେ ୯ ମାସ ତଳେ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ସେମାନଙ୍କୁ ତୃତୀୟ ଡୋଜ୍‌ ଦିଆଯିବ।

ଉଭୟ କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ପ୍ରତିଷେଧକ ଡୋଜ୍‌ ବା ବୁଷ୍ଟର ଡୋଜ୍‌ ଦାମ ଘରୋଇ ହସ୍ପିଟାଲରେ ୨୨୫ ଟଙ୍କାରେ ମିଳିବ। ଏହା ଉପରେ ୧୫୦ ଟଙ୍କାର ସର୍ଭିସ୍‌ ଚାର୍ଜ ମଧ୍ୟ ରହିବ।

Share