Categories: ଜାତୀୟ

ଦିଗବିଜୟଙ୍କ ବିରୋଧରେ ତୃତୀୟ ଏଫଆଇଆର

ଇନ୍ଦୋର,୧୦।୭: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ଇନ୍ଦୋରରେ ମାମଲା ଦାୟର ହେବା ପରେ ଉଜ୍ଜୟିନିର ଅଜାକ ଥାନରେ ବି ଏଫଆଇଆର ଦିଆଯାଇଛି। ରାଷ୍ଟ୍ରୀୟ ସ୍ବୟଂସେବାକ ସଂଘର ଦ୍ୱିତୀୟ ସରସଂଘଚାଳକ ମାଧବ ସଦାଶିବ ରାଓ ଗୋଲୱଲକରଙ୍କ ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇଥିଲେ।
ଅନୁସୂଚିତ ଜାତି ଜନଜାତି କଲ୍ୟାଣ ପୋଲିସ ଷ୍ଟେସନ ଉଜ୍ଜୟିନର ଦାୟିତ୍ୱରେ ଥିବା ଥାନା ପ୍ରଭାରି ଦିଲୀପ ମୌର୍ଯ୍ୟ କହିଛନ୍ତି ଯେ ଭୈରୁ ନାଲା ଅଞ୍ଚଳର ବାସିନ୍ଦା ରାଜକୁମାର ଘାବରିଙ୍କ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ଅଭିଯୋଗ ଆବେଦନ କରାଯାଇଛି। ରାଜକୁମାର ଘାବରି କହିଥିଲେ ଯେ ସେ ୩୦ ବର୍ଷ ଧରି ରାଷ୍ଟ୍ରିୟ ସ୍ବୟଂସେବାକ ସଂଗଠନର କର୍ମୀ ଅଟନ୍ତି। ସେ ସୋସିଆଲ ମିଡିଆ ଫେସବୁକ, ଟୁଇଟର ଇତ୍ୟାଦିରେ ଦେଖିଥଲେ ଯେ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନର ସରସଂଘଚାଳକ ସଦାଶିବ ରାଓ ଗୋଲୱଲକରଙ୍କ ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି। ଦଲିତ ଏବଂ ମୁସଲମାନମାନଙ୍କ ବିଷୟରେ ଆପତ୍ତିଜନକ କଥା ନୋଟରେ ଲେଖାଯାଇଥିଲା। ଏହି ମନ୍ତବ୍ୟ ସଂପୂର୍ଣ୍ଣ ନକଲି, ବହିରେ ସେପରି କୌଣସି ମନ୍ତବ୍ୟ ପ୍ରକାଶିତ ହୋଇନାହିଁ।

Share