Categories: ଜାତୀୟ

କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ଅସମ୍ଭବ…

ନୂଆଦିଲ୍ଲୀ, ୧୩।୪ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାର ଦେଶରେ ଏକ ତୃତୀୟ ମାମ୍ମୁଖ୍ୟ ଗଠନ ନେଇ ବୁଧବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ସମ୍ଭବ ନୁହେଁ। ତେଣୁ କଂଗ୍ରେସକୁ ସାଙ୍ଗରେ ନେବା ଆବଶ୍ୟକ।

ସେ କହିଛନ୍ତି ଯେ କଂଗ୍ରେସ ଦେଶର ଦ୍ୱିତୀୟ ବୃହତ୍ତମ ଦଳ ଏବଂ ଦେଶର ରାଜନୀତିରେ ଏହାର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ଯେତେବେଳେ ଶରଦ ପାୱାରଙ୍କୁ ପଚରାଯାଇଥିଲା ଯେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଲୋକମାନେ ରାଗିଛନ୍ତି। ପୱାର କହିଛନ୍ତି ଯେ ସମସ୍ତଙ୍କୁ ଏକାଠି ବସି କଥା ହେବାକୁ ପଡ଼ିବ।

ଏହା ବ୍ୟତୀତ ଶରଦ ପୱାର ରାଜ ଠାକରେଙ୍କ ରାଜ୍ୟ ସରକାରଙ୍କୁ ମସଜିଦରେ ଲାଉଡ ସ୍ପିକର ବନ୍ଦ କରିବାକୁ ଚେତାବନୀ ଉପରେ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର ଏହାକୁ ଗୁରୁତର ସହ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି। ଏବେ ମୁଦ୍ରାସ୍ଫୀତି ଏବଂ ବେକାରୀ ବିଷୟରେ କହିବାର ସମୟ ଆସିଛି। କିନ୍ତୁ ଏହା ଉପରେ କେହି କହୁ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।

ଏହା ପୂର୍ବରୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ଭାରତୀୟ ଜନତା ପାର୍ଟି ବିରୋଧରେ ବିରୋଧୀ ଦଳକୁ ଏକତ୍ରିତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଫେବୃଆରୀ ମାସରେ,ସେ ଉଦ୍ଧବ ଠାକରେ, ଶରଦ ପୱାରଙ୍କ ସମେତ ବହୁ ବଡ ନେତାଙ୍କୁ ଭେଟି କହିଥିଲେ ଯେ ସ୍ବାଧୀନତାର ୭୫ ବର୍ଷ ପରେ ଦେଶର ରାଜନୀତି, ବିକାଶର ଗତି, ଦେଶର ପରିସ୍ଥିତି ବିଷୟରେ ଆଲୋଚନା କରିବାର ଆବଶ୍ୟକତା ରହିଛି।

Share