Categories: ଜାତୀୟ

ସାମ୍ନାକୁ ଆସିଲା ରାମଲାଲାଙ୍କ ତୃତୀୟ ପ୍ରତିମୂର୍ତ୍ତୀର ଝଲକ

ଅଯୋଧ୍ୟା,୨୪।୧: ୟୁପି ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନ ହେବାକୁ ଥିବା ପ୍ରଭୁ ରାମଙ୍କ ତୃତୀୟ ପ୍ରତିମୂର୍ତ୍ତୀର ଝଲକ ସାମ୍ନାକୁ ଆସିଛି। ଏହି ମୂର୍ତ୍ତୀରେ ରାମଙ୍କୁ ଶିଶୁ ରୂପରେ ଦର୍ଶାଯାଇଛି। ବେଙ୍ଗାଲୁରୁର ମୂର୍ତ୍ତି ଶିଳ୍ପୀ ଜି.ଏସ୍‌ ଭଟ୍ଟ ଏହି ପ୍ରତିମା ନିର୍ମାଣ କରିଛନ୍ତି। ଏହା ମନ୍ଦିର ପ୍ରାଙ୍ଗଣରେ ସ୍ଥାପନ କରାଯିବ। ତେବେ କେଉଁଠାରେ ତାହା ସ୍ଥାପନ କରାଯିବ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। ତୀର୍ଥଯାତ୍ରା କ୍ଷେତ୍ର କମିଟି ଦ୍ୱାରା ଏହି ନିଷ୍ପତ୍ତି ନିଆଯିବ।

ରାମ ମନ୍ଦିର ଗର୍ଭଗୃହ ଲାଗି ରାମଲାଲାଙ୍କ ତିନୋଟି ପ୍ରତିମା ନିର୍ମାଣ କରାଯାଇଥିଲା। ଏହି ତିନୋଟି ପ୍ରତିମୂର୍ତ୍ତୀ ମଧ୍ୟରେ ଏହା ହେଉଛି ତୃତୀୟ। ପୂର୍ବରୁ ଦ୍ୱିତୀୟରେ ଭଗବାନଙ୍କ ଧଳା ରଙ୍ଗର ପ୍ରତିମା ସାମ୍ନାକୁ ଆସିଥିଲା। ଏବେ ତୃତୀୟ ମୂର୍ତ୍ତୀରେ ମଧ୍ୟ ରାମଙ୍କୁ କଳା ରଙ୍ଗରେ ଦେଖାଯାଉଛି।

କହିରଖୁଛୁ, ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଏଯାବତ ଶେଷ ହୋଇନାହିଁ। କେବଳ ଗର୍ଭଗୃହ ଏବଂ ପ୍ରଥମ ମହଲାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଦ୍ୱିତୀୟ ଏବଂ ତୃତୀୟ ମହଲାର ନିର୍ମାଣ ଏଯାବତ ହୋଇନାହିଁ। ଏପରିକି ମନ୍ଦିର ପରିସରରେ ଭଗବାନ ଗଣେଶ, ମାତା ଶବରୀଙ୍କ ସହ ଅନ୍ୟ ଦେବାଦେବୀଙ୍କ ମନ୍ଦିର ନିର୍ମାଣ ହୋଇନାହିଁ।

Share