Categories: ଜାତୀୟ

ପୋଲାଣ୍ଡରୁ ୨୦୮ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ବାୟୁସେନାର ତୃତୀୟ ବିମାନ

ନୂଆଦିଲ୍ଲୀ,୩ ।୩: ଅପରେଶନ ଗଙ୍ଗାରେ ସାମିଲ ହୋଇଥିବା ଭାରତୀୟ ବାୟୁସେନାର ସି-୧୭ ବିମାନ ଗୁରୁବାର ସକାଳୁ ପୋଲାଣ୍ଡରେ ଆଶ୍ରୟ ନେଇଥିବା ୨୦୮ ଭାରତୀୟଙ୍କୁ ନେଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି । ବିମାନଟି ଭାରତୀୟ ବାୟୁସେନରା ନିଜସ୍ୱ ବେସ ହିଂଡାନ ଏୟାର ବେସରେ ଲ୍ୟାଣ୍ଡ କରିଛି । ଏଥିରେ ସ୍ୱଦେଶ ଫେରିଥିବା ଭାରତୀୟଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଥିବା ବେଳେ ସ୍ୱଦେଶ ପହଞ୍ଚିବା ପରେ ସେମାନଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି । ଭାରତୀୟ ବାୟୁସେନା ଉଦ୍ଧାର କାର୍ଯ୍ୟରେ ଲାଗିବା ପରେ ଗୋଟିଏ ଦିନରେ ପାଖାପାଖି ହଜାରେ ଭାରତୀୟଙ୍କୁ ୟୁକ୍ରେନ ସଙ୍କଟ ମଧ୍ୟରୁ ଉଦ୍ଧାର କରାଯାଇଥିବା ବେଳେ ଗୁରୁବାର ଆଉ ୫୦୦୦ ଲୋକଙ୍କୁ ଉଦ୍ଧାର କରିବାର ଯୋଜନା କରାଯାଉଛି ।

Share