Categories: ଖେଳ

ଦେବାଶିଷଙ୍କୁ ତୃତୀୟ ସ୍ଥାନ

ଭୁବନେଶ୍ୱର,୯ା୭(ସରୋଜ ଜେନା): ଯୁବ ଟେନିସ୍‌ ଖେଳାଳି ଦେବାଶିଷ ସାହୁ ଇରାନରେ ଅନୁଷ୍ଠିତ ଆଇଟିଏଫ୍‌ ଜେ ୧୦୦ ଅନ୍ତର୍ଜାତୀୟ ଟେନିସ ଟୁର୍ନାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସମଗ୍ର ବିଶ୍ୱରୁ ୩୨ ଜଣ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ୩ ଜୁଲାଇରୁ ୮ ଜୁଲାଇ ପର୍ଯ୍ୟନ୍ତ ଏହି ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ପ୍ରଥମ ରାଉଣ୍ଡରେ ରୁଷିଆର ପାଭେଲ ଚେରେଭାଟିଙ୍କୁ ୪-୬, ୬-୦ ଓ ୬-୨ରେ ପରାସ୍ତ କରିଥିବା ବେଳେ ପରବର୍ତ୍ତୀ ରାଉଣ୍ଡରେ ତୁର୍କୀର ଆରିଲ କାୟରା ଟୁନାଙ୍କୁ ୭-୬, ୬-୭ ଓ ୬-୨ ସେଟ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲେ। କ୍ୱାର୍ଟର ଫାଇନାଲରେ କାଜାଖସ୍ତାନର ଜଙ୍ଗର ନର୍ଲନୁଲିଙ୍କୁ ୭-୬, ୧-୬, ୬-୪ ସେଟରେ ପରାସ୍ତ କରିଥିଲେ ଦେବାଶିଷ। ସେମିଫାଇନାଲରେ ଅନ୍ୟତମ କାଜାଖସ୍ତାନ ଖେଳାଳି ଦାନିୟଲ ରଖମତୁଲ୍ଲାୟେଭଙ୍କ ନିକଟରୁ ହାରି ଯାଇଥିଲେ ଦେବାଶିଷ। ଭାରତ ପକ୍ଷରୁ ଜୁନିୟର ଡେଭିସ୍‌ କପ୍‌ ଖେଳିଥିବା ଦେବାଶିଷଙ୍କୁ ଏହି ଟୁର୍ନାମେଣ୍ଟରୁ ୩୬ ଆଇଟିଏଫ୍‌ ପଏଣ୍ଟ ମିଳିଥିବା ବେଳେ ତାଙ୍କର ଆଇଟିଏଫ୍‌ ର଼୍ୟାଙ୍କିଙ୍ଗ ୩୫୫ରେ ପହଞ୍ଚିଛି।

Share