Posted inଖେଳ

ଭାରତକୁ ତୃତୀୟ ସ୍ଥାନ

ବ୍ୟାଙ୍କକ୍‌, ୧୭ା୭(ପି.ଟି.): ଭାରତର ଆଭା ଖଟୁଆ (୧୯.୦୬ ମିଟର) ଏଠାରେ ଅନୁଷ୍ଠିତ ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ଶଟ୍‌ପୁଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ସେ ଜାତୀୟ ରେକର୍ଡ ସମକକ୍ଷ ହୋଇଛନ୍ତି। ଅନ୍ୟପକ୍ଷରେ ଜ୍ୟୋତି ଆରାଜୀ ଓ ପାରୁଲ ଚୌଧାରୀ ଚାମ୍ପିୟନଶିପ୍‌ରେ ସେମାନଙ୍କ ଦ୍ୱିତୀୟ ପଦକ ହାସଲ କରିଛନ୍ତି। ଫଳରେ ଭାରତ ୨୭ ପଦକ (୬ସ୍ବର୍ଣ୍ଣ, ୧୨ରୌପ୍ୟ ଓ ୯ବ୍ରୋଞ୍ଜ) ସହ ପଦକ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରି ଚାମ୍ପିୟନଶିପ୍‌ରେ ଏହାର ଅଭିଯାନ ଶେଷ କରିଛି। ତନ୍ମଧ୍ୟରେ ଅନ୍ତିମ ଦିବସରେ ଭାରତ ୧୩ ପଦକ ଜିତିଛି। ତନ୍ମଧ୍ୟରେ ୮ରୌପ୍ୟ ଓ ୫ ବ୍ରୋଞ୍ଜ ରହିଛି। ଜାପାନ ୩୭ (୧୬ ସ୍ବର୍ଣ୍ଣ, ୧୧ ରୌପ୍ୟ, ୧୦ ବ୍ରୋଞ୍ଜ) ଓ ଚାଇନା ୨୨ (୮ ସ୍ବର୍ଣ୍ଣ, ୮ରୌପ୍ୟ,୬ ବ୍ରୋଞ୍ଜ) ପଦକ ତାଲିକାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୮ ବର୍ଷୀୟା ଆଭା ଖଟୁଆଙ୍କ ପାଖାପାଖି ଏକ ମିଟର (୯୩ ସେଣ୍ଟିମିଟର) ଉନ୍ନତି ଘଟିଛି। ପୂର୍ବରୁ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୧୭.୧୩ ରହିଥିଲା। ଏଠାରେ ସେ ୪ କିଲୋଗ୍ରାମ ଓଜନର ଶଟ୍‌ପୁଟ୍‌ ୧୮.୦୬ ମିଟର ଦୂର ଫିଙ୍ଗି ଚାଇନାର ସଙ୍ଗ୍‌ ଜିଆୟୁଆନ୍‌ଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଖଟୁଆ ଭେଟେରାନ ମନପ୍ରୀତ କୌରଙ୍କ ଜାତୀୟ ରେକର୍ଡର ସମକକ୍ଷ ହୋଇଥିଲେ, ଯିଏକି ଏଠାରେ ପ୍ରଥମ ରାଉଣ୍ଡ ଥ୍ରୋ ୧୭ ମିଟର ସହ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ଏସିଆନ ଚାମ୍ପିୟନଶିପ୍‌ରେ ଗୁରୁବାର ପ୍ରଥମ ଭାରତୀୟ ଭାବେ ୧୦୦ମିଟର ହର୍ଡଲ୍ସରେ ସ୍ବର୍ଣ୍ଣ ଜିତିଥିବା ୟାରାଜୀ ୨୩.୧୩ ସେକେଣ୍ଡ ଟାଇମିଂରେ ୨୦୦ ମିଟର ଦୌଡ଼ରେ ରୌପ୍ୟ ଜିତିଛନ୍ତି। ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପାରୁଲ ଚୌଧାରୀ ୫୦୦୦ ମିଟର ରେସ୍‌ରେ ଏକ ରୌପ୍ୟ ଜିତିଛନ୍ତି। ଚାମ୍ପିୟନଶିପ୍‌ରେ ଏହା ହେଉଛି ତାଙ୍କର ଦ୍ୱିତୀୟ ପଦକ। ଶୁକ୍ରବାର ୩୦୦୦ମିଟର ଷ୍ଟିପଲଚେଜ୍‌ରେ ସ୍ବର୍ଣ୍ଣ ଜିତିଥିବା ଚୌଧାରୀ ୧୫ ମିନିଟ ୫୨.୩୫ ସେକେଣ୍ଡ ଟାଇମିଂରେ ଜାପାନର ୟୁମା ୟାମାମୋତୋ (୧୫:୫୧.୧୬)ଙ୍କ ଠାରୁ ପଛରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ୫୦୦୦ ମିଟରରେ ୨୮ ବର୍ଷୀୟା ଚୌଧାରୀ (୧୫:୧୦.୩୫)ଙ୍କ ନାମରେ ଜାତୀୟ ରେକର୍ଡ ରହିଛି। ଅଙ୍କିତା (୧୬:୦୩.୩୩) ବ୍ରୋଞ୍ଜ ଜିତିଥିଲେ। ଫଳରେ ଭାରତ ଏହି ଇଭେଣ୍ଟରୁ ଦୁଇ ପଦକ ଅକ୍ତିଆର କରିପାରିଛି। ପୁରୁଷ ଜାଭେଲିନ୍‌ ଥ୍ରୋ’ରେ ଡି.ପି. ମନୁ ତାଙ୍କ ଶ୍ରେଷ୍ଠ ଥ୍ରୋ ୮୧.୦୧ମିଟର ସହ ରୌପ୍ୟ ପାଇଥିବା ବେଳେ ଗୁଲବୀର ସିଂ ୧୩ ମିନିଟ ୪୮.୩୩ ସେକେଣ୍ଡ ଟାଇମିଂରେ ଏକ ବ୍ରୋଞ୍ଜ ଜିତିଛନ୍ତି। ପୂର୍ବରୁ କିଶନ କୁମାର ଓ କେ.ଏମ୍‌. ଚନ୍ଦା ସେମାନଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ସହ ଯଥାକ୍ରମେ ପୁରୁଷ ଓ ମହିଳା ୮୦୦ମିଟର ରେସ୍‌ରେ ପ୍ରତ୍ୟେକ ଗୋଟିଏ ଲେଖାଏ ରୌପ୍ୟ ଜିତିଛନ୍ତି। କୁମାର (୧ମିନିଟ ୪୫.୮୮ ସେକେଣ୍ଡ) କାତାରର ଆବୁବାକର ଏଚ୍‌. ଅବ୍‌ଦୁଲ୍ଲାଙ୍କ ପଛରେ ଦ୍ୱିତୀୟ ସ୍ଥାନ ପାଇଥିଲେ। ଅନ୍ୟପକ୍ଷରେ ଚନ୍ଦା (୨:୦୧.୫୮) ଶ୍ରୀଲଙ୍କାର ଏମ୍‌.କେ. ଦିସାନାୟକଙ୍କ ପଛକୁ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ସକାଳ ସେସନରେ ପ୍ରିୟଙ୍କା ଗୋସ୍ବାମୀ ଓ ବିକାଶ ସିଂ ଯଥାକ୍ରମେ ମହିଳା ଓ ପୁରୁଷ ୨୦ମିଟର ଚାଲିରେ ରୌପ୍ୟ ଓ ବ୍ରୋଞ୍ଜ ଜତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri