Categories: ମେଟ୍ରୋ

ଆଜିଠୁ ଭୁବନେଶ୍ୱରରେ ତୃତୀୟ ସେରୋ ସର୍ଭେ

ଭୁବନେଶ୍ୱର,୧୬।୧୦ (ବ୍ୟୁରୋ): ଭୁବନେଶ୍ୱରରେ ୧୬ ତାରିଖ ଶୁକ୍ରବାରଠାରୁ ସହରରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ। ଆର୍‌ଏମ୍‌ଆର୍‌ସି ସହଯୋଗରେ ୩ଦିନ ଧରି ୨୫ ଓ୍ବାର୍ଡରେ ଏହି ସର୍ଭେ କରାଯିବ। ଏଥିପାଇଁ ୫ଟି ଟିମ୍‌ ପ୍ରସ୍ତୁତ କରାଯାଇଥିବାବେଳେ ଜୋନାଲ ଡେପୁଟି କମିଶନରମାନେ ନିଜ ଅଞ୍ଚଳରେ ସହଯୋଗ କରିବେ। ଏହି ସର୍ଭେରେ ମୋଟ ୧୫ଶହ ଲେକଙ୍କ ଟେଷ୍ଟ କରାଯିବ। ପ୍ରଥମ ଦିନରେ ଓ୍ବାର୍ଡ ନଂ.୩, ୫, ୮, ୧୩, ୧୧, ୧୬, ୧୮ ୨୫, ୨୧ ଓ ୨୮ରେ, ଦ୍ୱିତୀୟ ଦିନ ଅର୍ଥାତ୍‌ ୧୭ ତାରିଖରେ ଓ୍ବାର୍ଡ ନଂ. ୩୦, ୩୩, ୩୬, ୩୯, ୪୧, ୪୪, ୪୬, ୪୯, ୫୨ ଓ ୫୫ରେ ଓ ଶେଷଦିନ ୧୮ ତାରିଖରେ ଓ୍ବାର୍ଡ ନଂ ୫୮, ୬୦, ୬୩, ୬୪ ଓ ୬୭ରେ ନମୁନା ସଂଗ୍ରହ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Share