Categories: ଜାତୀୟ

କଶ୍ମୀରରେ ୩ ଦିନ ମଧ୍ୟରେ ତୃତୀୟ ଆତଙ୍କବାଦୀ ଆକ୍ରମଣ: ବାରାମୂଳାରେ ହେଡ୍‌ କନ୍‌ଷ୍ଟେବଳଙ୍କୁ ଗୁଳି କରି ହତ୍ୟା

ବାରାମୂଳା,୩୧।୧୦: ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ପକ୍ଷରୁ କଠୋର ଆଭିମୁଖ୍ୟ ପରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ନିକଟରେ ସେନାର ଅପରେଶନରେ ଅନେକେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ସେନାର ଆଭିମୁଖ୍ୟ ପରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରିବାରେ ଲାଗିଛନ୍ତି। ଏହି କ୍ରମରେ ବାରାମୂଳାରେ ଜଣେ ହେଡ୍‌ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ମଙ୍ଗଳବାର କନଷ୍ଟେବଳ ଗୁଲାମ ମହମ୍ମଦ ଡାରଙ୍କୁ ତାଙ୍କ ଆବାସ ବାହାରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସେନା ଏବଂ ପୋଲିସ ପକ୍ଷରୁ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଜାରି ରହିଛି। ଆତଙ୍କବାଦୀଙ୍କୁ ଶୀଘ୍ର ଗିରଫ ନଚେତ ଏନକାଉଣ୍ଟର କରିଦିଆଯିବ ବୋଲି ଆଶା କରାଯାଉଛି।

ପ୍ରକାଶ ଯେ, କଶ୍ମୀର ଘାଟିରେ ଗତ ୩ ଦିନରେ ଏହା ତୃତୀୟ ଆତଙ୍କାବାଦୀ ଆକ୍ରମଣ। ରବିବାର ଶ୍ରୀନଗରରେ ଏବଂ ସୋମବାର ପୁଲଓ୍ବାମାରେ ଏଭଳି ଆକ୍ରମଣ ଘଟିଥିଲା।

Share