Categories: ଖେଳ

ତୃତୀୟ ଟେଷ୍ଟ: ଅଷ୍ଟ୍ରେଲିଆ ଆଗରେ ୭୬ ରନ୍‌ର ବିଜୟ ଟାର୍ଗେଟ୍‌

ଇନ୍ଦୋର,୨।୩: ଇନ୍ଦୋର ହୋଲ୍‌କର ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ଗୁରୁବାର ଦ୍ୱିତୀୟ ଦିନରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଭାରତ ପ୍ରଥମ ଇନିଂସରେ ୧୦୯ ରନ୍‌ରେ ଅଲ୍‌ଆଉଟ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ ୧୬୩ ରନ୍‌ କରି ଅଲ୍‌ଆଉଟ ହୋଇ ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୭ ରନ୍‌ କରିଥିଲା। ଫଳରେ ଅଷ୍ଟ୍ରେଲିଆ ଆଗରେ ୭୬ ରନ୍‌ର ବିଜୟ ଟାର୍ଗେଟ ରଖିଛି ଭାରତ।

ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ୧୫୬ ରନ୍‌ରୁ ଖେଳ ଆରମ୍ଭ କରିଥିଲା । ହେଲେ ଅଷ୍ଟ୍ରେଲିଆ ୪୧ ରନ୍‌ ଯୋଡି ଅଲ୍‌ଆଉଟ ହୋଇଯାଇଥିଲା। ଭାରତ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ପ୍ରଥମରୁ ଦୁଇ ଓପନର ରୋହିତ ଶର୍ମା ଏବଂ ଶୁଭମନ ଗିଲ୍‌ ବିଫଳ ହୋଇଥିଲେ। ଅଷ୍ଟ୍ରେଲିଆର ନାଥନ ଲିଅନଙ୍କ ଦମ୍‌ଦାର ବୋଲିଂ ବଳରେ ଭାରତର ଗୋଟିଏ ପରେ ଗୋଟିଏ ଉଇକେଟର ପତନ ଘଟିଥିଲା। ନାଥନ ସର୍ବାଧିକ ୮ ଉଇକେଟ ନେଇଥିଲେ। ଅନ୍ୟପକ୍ଷେ ଚେତେଶ୍ବର ପୂଜାରା ଅର୍ଦ୍ଧଶତକ କରିବାେ ସଫଳ ହୋଇଥିଲେ। ଚେତେଶ୍ବର ୫୯ ରନ୍‌ କରିଥିବା ବେଳେ ଶ୍ରେୟସ ଆସର ୨୬ ରନ୍‌ କରିଥିଲେ।