Categories: ଜାତୀୟ

‘୨୦ ପର୍ଯ୍ୟନ୍ତ ଦିନକୁ ଜଣେ ଲେଖାଏ ମନ୍ତ୍ରୀ, ବିଧାୟକ ଇସ୍ତଫା ଦେବେ’

ଲକ୍ଷ୍ନୌ,୧୩।୧: “ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜଣେ ଲେଖାଏ ମନ୍ତ୍ରୀ ଓ ଜଣେ ଭାଜପା ବିଧାୟକ ଇସ୍ତଫା ଦେବେ”। ଏଭଳି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟିମ୍‌ରୁ ଗୁରୁବାର ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଧରମ ସିଂ ସଇନୀ। ଭାଜପାରୁ ଅଲଗା ହେବା ପରେ ସେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ଦଳ ସମାଜବାଦୀ ପାର୍ଟି (ସପା)ରେ ଯୋଗ ଦେଇଛନ୍ତି।

ଭାଜପା ଛାଡ଼ିବାର କାରଣ ସମ୍ପର୍କରେ ପଚରାଯିବାରୁ ସଇନୀ କହିଛନ୍ତି, ମୋ କଥା ଶୁଣିବାକୁ କେହି ନାହାନ୍ତି। ଏଭଳି ସମୟ ଥିଲା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ୧୪୦ ବିଧାୟକ ଧାରଣାରେ ବସିଥିଲେ। ସେମାନଙ୍କ କଥା ଶୁଣିବା ବଦଳରେ ସେମାନଙ୍କୁ ଧମକ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବାର ୩ ଦିନ ମଧ୍ୟରେ ମନ୍ତ୍ରୀଙ୍କ ସମେତ ୮ ବିଧାୟକ ଭାଜପା ଛାଡ଼ି ସାରିଛନ୍ତି। ପ୍ରାୟତଃ ସମସ୍ତ ନେତା ଓବିସି ବର୍ଗର ଥିଲେ। ସେମାନେ ସପାରେ ଯୋଗ ଦେଇଛନ୍ତି।

Share