ସେପ୍ଟେମ୍ବରରେ ତୃତୀୟ ଲହର: ଅକ୍ଟୋବରରେ ଆସିବ ପିକ୍‌କୁ

ଭୁବନେଶ୍ୱର,୨୩।୮(ବ୍ୟୁରୋ): କରୋନା ତୃତୀୟ ଲହର ଆକଳନ ଅନୁସାରେ ସେପ୍ଟେମ୍ବରରେ ଆସିବ। ହେଲେ ଅକ୍ଟୋବରରେ ଏହା ପିକ୍‌କୁ ଆସିବ। ବିଶେଷକରି ଏଥିରେ ଶିଶୁମାନେ ଆକ୍ରାନ୍ତ ହୋଇପାରନ୍ତି। ୧୦୦ରେ ୨୩ ପିଲା ଆକ୍ରାନ୍ତ ହୋଇପାରନ୍ତି ବୋଲି ଆକଳନ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୋମବାର ସୂଚନା ଦେଇଛନ୍ତି ।
ତାଙ୍କ କହିବା ଅନୁସାରେ, କରୋନାର ଦ୍ୱିତୀୟ ଲହର ୬୪ ଦିନରେ ପିକ୍‌କୁ ଆସିଥିଲା। ଯଦି ତୃତୀୟ ଲହର ଆସୁଛି, ତାହେଲେ ଏହାର ପିକ୍‌ ସମୟ ସୀମା ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମାତ୍ର ଆମେ ଏବେ ବି ଦ୍ୱିତୀୟ ଲହରରେ ରହିଛୁ। ଶିଶୁମାନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ସବୁ କୋଭିଡ ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Share